ନୂଆଦିଲ୍ଲୀ,୨୮/୩: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ନିଜର ମାସିକ କାର୍ଯ୍ୟକ୍ରମ ମନ୍ କି ବାତରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । କାର୍ଯ୍ୟକ୍ରମରେ ସେ ଜନତାଙ୍କୁ ହୋଲି ଶୁଭେଚ୍ଛା ଜଣାଇବା ସହ କରୋନା ଗାଇଡଲାଇନ୍ ପାଳନ ପାଇଁ ମଧ୍ୟ କହିଛନ୍ତି । ଏହାସହ କରୋନାରୁ ବର୍ତ୍ତିବା ପାଇଁ ଉଭୟ କଟକଣା, ଔଷଧ ଓ ଟିକା ଉପରେ ଜୋର୍ ଦେଇଛନ୍ତି ପ୍ରଧାନମନ୍ତ୍ରୀ ।
ମୋଦୀ କହିଛନ୍ତି ଯେ, ଏହା ହେଉଛି ମନ୍ କି ବାତର ୭୫ ତମ ସଂସ୍କରଣ । ଜନତା ଏଥିରେ ଯୋଡି ହୋଇ ରହିଥିବାରୁ ଧନ୍ୟବାଦ । ଗତବର୍ଷ ମାର୍ଚ୍ଚରେ ଜନତା କର୍ଫ୍ୟୁ ଲାଗୁ ହୋଇଥିଲା । ଲକଡାଉନ୍ ହୋଇଥିଲା ।ଏହା ସାରା ବିଶୱ୍ ପାଇଁ ଏକ ଉଦାହରଣ ପାଲଟିଗଲା । ଆଗାମୀ ପିଢୀ ଏହାକୁ ନେଇ ନିଷ୍ପତି ଗର୍ବ କରିବେ । କରୋନା ଯୋଦ୍ଧାମାନେ ର ରହି ନ ଥକି କରୋନା ଭାଇରସର ମୁକାବିଲା କରିଥିଲେ ।
ସେ ଆହୁରି କହିଥିଲେ ଯେ, ଦେଶର ମହିଳାମାନେ ଅନେକ ଗୌରବ ହାସଲ କରିଛନ୍ତି । ଅନେକ ମେଡାଲ ଓ ରେକର୍ଡ ନିଜ ନାମରେ କରିଛନ୍ତି । ଦିଲ୍ଲୀରେ ଆୟୋଜିତ ତୀରନ୍ଦାଜରେ ଭାରତ ଶୀର୍ଷରେ ରହିଛି । ସୁନା ପଦକ ମାମଲାରେ ଭାରତ ବାଜିମାତ୍ କରିଛି । ପିଭି ସିନ୍ଧୁ ବିଡବ୍ଲୁଏଫ୍ ଓପନରେ ସୁପର ୩୦୦ ଟୁର୍ଣ୍ଣାମେଣ୍ଟରେ ରୌପ୍ୟ ହାସଲ କରିଥିଲେ । ଏହାସହ ମୋଦୀ ତାମିଲ ଭାଷାକୁ ପ୍ରଶଂସା କରିଛନ୍ତି । ତାମିଲ ଶିଖି ନପାରିଥିବାରୁ ତାଙ୍କୁ ଦୁଃଖ ଲାଗିଥିବା ସେ କହିଛନ୍ତି ।