ଭୁବନେଶ୍ଵର,୨୯/୩ : ପିପିଲି ଉପନିର୍ବାଚନ ପାଇଁ ତିନି ଦଳର ପ୍ରାର୍ଥୀ ପ୍ରସ୍ତୁତ। ବିଜେପି ଓ ବିଜେଡି ପ୍ରାର୍ଥୀ ଘୋଷଣା ପରେ କଂଗ୍ରେସ ଅଜିତ ମଙ୍ଗରାଜଙ୍କୁ ପ୍ରାର୍ଥୀ ଘୋଷଣା କରିଛି। ଅଜିତ ପ୍ରାର୍ଥୀ ହେବାକୁ ନେଇ କଂଗ୍ରେସରେ ଅସନ୍ତୋଷ ଦେଖା ଦେଇଛି। ଟିକେଟ ଆଶାୟୀ ଥିବା ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ ନିଜର ଅସନ୍ତୋଷ ପ୍ରକାଶ ପରେ ତାଙ୍କୁ ବୁଝାଇବାକୁ ଉଦ୍ୟମ କରୁଛି ଦଳ। ସେପଟେ କାଲି ମାନାଙ୍କନ ଦାଖଲର ଶେଷ ଦିନ ହୋଇଥିବାରୁ କଂଗ୍ରେସରୁ ଅଜିତ ମଙ୍ଗରାଜ ଓ ବିଜେଡି ପ୍ରାର୍ଥୀ ରୁଦ୍ର ପ୍ରସାଦ ମହାରଥୀ ନିଜ ନିଜ ନାମାଙ୍କନ ଦାଖଲ କରିବେ । ଆଗରୁ ନାମାଙ୍କନ ଦାଖଲ କରିଥିବା ବିଜେପି ପ୍ରାର୍ଥୀ ଆଶ୍ରିତ ପଟ୍ଟନାୟକ ଏବେ କର୍ମୀଙ୍କୁ ନେଇ ଲୋକଙ୍କ ପାଖରେ ପହଁଚିବାକୁ ଚେଷ୍ଟା କରିଛନ୍ତି ।