ଆଜିଠାରୁ ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଦିଆଯିବ କରୋନା ଟିକା

ଭୁବନେଶ୍ୱର,୧/୪ : ଆଜିଠାରୁ ୪୫ବର୍ଷରୁ ଊର୍ଦ୍ଧ୍ବ ବୟସର ବ୍ୟକ୍ତିଙ୍କୁ ଦିଆଯିବ କରୋନା ଟିକା । ସମସ୍ତ ସରକାରୀ ଓ ବେସରକାରୀ କେନ୍ଦ୍ରଗୁଡ଼ିକରୁ ଟିକା ନେଇପାରିବେ। ରାଜ୍ୟରେ ଅଧିକ ସଂକ୍ରମଣ ହେଉଥିବା ଜିଲ୍ଲାରେ ଟୀକାକରଣକୁ ପ୍ରାଥମିକତା ଦିଆଯିବ। ବଲାଙ୍ଗୀର, ନୂଆପଡା, ସୁନ୍ଦରଗଡ, କଳାହାଣ୍ଡି, ଅନୁଗୁଳ, କେନ୍ଦୁଝର, ବରଗଡ଼, ନବରଙ୍ଗପୁର , ମୟୁରଭଞ୍ଜରେ ସଂକ୍ରମଣ ବଢ଼ୁଥିବାରୁ ଏହି ଜିଲ୍ଲାକୁ ପ୍ରାଧାନ୍ୟ ଦିଆଯିବ। କଟକ ଓ ଖୋର୍ଦ୍ଧାରେ ସଂକ୍ରମଣ ବଢ଼ୁଥିଲେ ବି ଏହି ଜିଲ୍ଲାରେ ଟୀକାକରଣ ବି ଅଧିକ ରହିଛି । ମାଛ ମାଂସ ବିକ୍ରେତା,ସେଲୁନ, ଷ୍ଟ୍ରୀଟ ଭେଣ୍ଡର, ଅଟୋ ଓ ବସ ଡ୍ରାଇଭର,ବିଦ୍ୟାଳୟ ଓ କଲେଜ ଶିକ୍ଷକ,ରେଷ୍ଟୁରାଣ୍ଟ କର୍ମଚାରୀଙ୍କ ଭଳି ସମ୍ବେଦନଶୀଳ ଵର୍ଗର ବ୍ୟକ୍ତିଙ୍କୁ ପ୍ରାଧାନ୍ୟ ଦିଆଯିବ । ଦୁଇ ସପ୍ତାହ ମଧ୍ୟରେ ଏହି ଵର୍ଗର ବ୍ୟକ୍ତିଙ୍କ ଟୀକାକରଣ ସାରିବାକୁ ଲକ୍ଷ୍ୟ ରାଖଯାଇଛି। ଏଥିପାଇଁ ଟୀକାକରଣ କେନ୍ଦ୍ର ବଢାଯାଇଛି ।