ଭୁବନେଶ୍ୱର,୧ /୪: (ପ୍ରଦୀପ୍ତ କୁମାର ଦାସ) – ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ କେନାଲ ରୋଡ଼ ଅଂଚଳରେ ଥିବା ଏକ ଆପାର୍ଟମେଣ୍ଟରୁ ଏକ ସେକ୍ସ ରାକେଟ ଠାବ କରିଛି ସ୍ଥାନୀୟ ପୋଲିସ । ଉକ୍ତ ଆପାର୍ଟମେଣ୍ଟର ଏକ ଫ୍ଲାଟଉପରେ ପୋଲିସ ଚଢ଼ାଉ କରି ଏଥିରେ ସମ୍ପୃକ୍ତ ୨ ଜଣ ମହିଳାଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି । ତେବେ ପୂର୍ବରୁ ଏନେଇ ସମ୍ପୃକ୍ତ ଆପାର୍ଟମେଣ୍ଟର ସୋସାଇଟି ପକ୍ଷରୁ ସ୍ଥାନୀୟ ପୋଲିସ ନିକଟରେ ଅଭିଯୋଗ ହୋଇଥିଲା। ସେବେଠାରୁ ଏହି ରାକେଟର କାର୍ଯ୍ୟକଳାପ ଉପରେ ପୋଲିସ ନଜର ରଖିଥିଲା । ଚଢ଼ାଉବେଳେ ପୋଲିସ ସେଠାରୁ କେତେକ ଆପତ୍ତିଜନକ ଜିନିଷ ମଧ୍ୟ ଜବତ କରିଥିଲା । ଅଭିଯୁକ୍ତ ୨ ମହିଳାଙ୍କ ମଧ୍ୟରୁ ଜଣଙ୍କର ଘର କେନ୍ଦ୍ରାପଡ଼ା ଓ ଅନ୍ୟ ଜଣଙ୍କର ଘର ପୁରୀରେ ବୋଲି ଜଣାପଡିଛି । ଏସମ୍ପର୍କରେ ଲକ୍ଷ୍ମୀସାଗର ଥାନାରେ ଏକ ମାମଲା ରୁଜୁ କରାଯାଇଅଧିକ ତଦନ୍ତ ଜାରି ରହିଥିବା ବେଳେ ମହିଳା ଦ୍ବୟଙ୍କ ସହ ଗିରଫ ହୋଇଥିବା ୨ ବ୍ୟକ୍ତିଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।