ଭୁବନେଶ୍ୱର,୧ /୪: ଆଜି ୮୬ ତମ ଓଡ଼ିଶା ପୁଲିସ ପ୍ରତିଷ୍ଠା ଦିବସ ପାଳିତ ହୋଇଛି। ଉତ୍କଳ ଦିବସ ଅବସରରେ ଭୁବନେଶ୍ୱରରେ ରିଜର୍ଭ ଗ୍ରାଉଣ୍ଡରେ ଆୟୋଜିତ ପରେଡରେ ପୁଲିସ୍ କମିସନର୍ ସୌମେନ୍ଦ୍ର ପ୍ରିୟଦର୍ଶିନୀ ଯୋଗ ଦେଇଥିଲେ।
କମିସନରେଟ ପୁଲିସ ଆଗାମୀ ଦିନରେ ଭୁବନେଶ୍ୱର- କଟକରେ ଉତ୍ତମ ସେବା ଏବଂ ସେବାର ମାନ ଅଧିକ କରିବା ଦିଗରେ ସଂକଳ୍ପବଦ୍ଧ ବୋଲି ପୁଲିସ୍ କମିସନର୍ ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି। ଏଥିସହ ପୁଲିସର କାର୍ଯ୍ୟ ଓ ବ୍ୟବହାର ଦିଗରେ କିଭଳି ଲୋକଙ୍କ ନିକଟତର ହୋଇପାରିବେ ସେନେଇ ସେ ପରାମର୍ଶ ଦେଇଛନ୍ତି। ଦ୍ବୈତ ନଗରୀରର ଦାୟିତ୍ୱ ଭାର ଓଡ଼ିଶା ପୁଲିସ ଉପରେ ଥିବା ବେଳେ ସେମାନଙ୍କ ଧନଜୀବନ ସୁରକ୍ଷା ନେଇ ଅଭିଭାଷଣ ରଖିଥିଲେ ପୁଲିସ୍ କମିସନର୍। ଏହି କାର୍ଯ୍ୟକ୍ରମରେ ରେ ୧୯ ଜଣ ପୁଲିସ ଅଧିକାରୀ ଏବଂ କର୍ମଚାରୀଙ୍କୁ ପୁରସ୍କୃତ କରାଯାଇଥିଲା ।