ଦୁଇ ଵାଇକ ଉପରେ ଚଢ଼ିଗଲା ଟ୍ରକ୍

ସୁନ୍ଦରଗଡ଼,୨ /୪: ହେମଗିର ଥାନା ରତନପୁର ଵସୁନ୍ଧରା ମେଟାଲିକର ପେଟ୍ରୋଲ ପମ୍ପ ନିକଟରେ ଆଜି ସକାଳ ୯ଟାରେ ଏକ ଟ୍ରକ୍ ଦୁଇ ବାଇକ୍ ଉପରେ ଚଢ଼ିଯାଇଛି। ଫଳରେ ଵାଇକ୍ ଦୁଇଟି ଚୁନା ହୋଇଯାଇଛି। ବାଇକକୁ ରାସ୍ତା କଡରେ ଠିଆ କରି ଦୁଇ ଆରୋହୀ ଜଳଖିଆ ଖାଇବାକୁ ଦୋକାନକୁ ଯାଇଥିଲେ। ଫାକ୍ଟ୍ରିକୁ ଦ୍ରୁତଗତିରେ ଯାଉଥିବା ଟ୍ରକଟି ଵାଇକ୍ ଉପରେ ଚଢିଯାଇଥିଲା। ଘଟଣା ପରେ ସେଠାରେ ସାମାନ୍ୟ ଉତ୍ତେଜନା ପ୍ରକାଶ ପାଇଥିଲା। ପରେ ମାଲିକ ଦୁଇ ନୂଆ ବାଇକ୍ କିଣିଦେଵାର ଚୁକ୍ତି କରିବା ପରେ ସ୍ଥିତି ଶାନ୍ତ ପଡ଼ିଥିଲା।