ପିପିଲି ପାଇଁ ୩୦ ଜଣିଆ ଷ୍ଟାର ପ୍ରଚାରକ ଘୋଷଣା କଲା ବିଜେଡି

ଭୁବନେଶ୍ବର,୨/୪ : ପିପିଲି ଉପନିର୍ବାଚନ ପାଇଁ ବିଜୁ ଜନତା ଦଳ ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି। ଆସନ୍ତା ୧୭ ତାରିଖରେ ପିପିଲି ବିଧାନସଭା ଉପନିର୍ବାଚନ ପ୍ରଚାର ଆରମ୍ଭ ହୋଇଯାଇଛି। ବିଜେଡି ପିପିଲି ଆସନ ପାଇଁ ୩୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଜାରି କରିଛି। ଏହି ଷ୍ଟାର କ୍ୟାମ୍ପେନରଙ୍କ ମଧ୍ୟରେ ମୁଖ୍ୟମନ୍ତ୍ରୀ ତଥା ବିଜୁ ଜନତା ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନାମ ଏକ ନମ୍ପରରେ ରହିଛି। ସେହିପରି ବିଜେଡିର ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ନାମ ଦ୍ବିତୀୟରେ ରହିଛି।

ବିଜେଡି ପକ୍ଷରୁ ଘୋଷଣା ହୋଇଥିବା ଷ୍ଟାର ପ୍ରଚାରକ ତାଲିକାରେ ନବୀନଙ୍କ ସମେତ ପ୍ରଣବ ପ୍ରକାଶ ଦାସ, ସଞ୍ଜୟ ଦାସବର୍ମା, ମହେଶ୍ୱର ମହାନ୍ତି, ପିନାକୀ ମିଶ୍ର, ପ୍ରତାପ ଦେବ, ଦେବୀ ପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ପ୍ରମିଳା ମଲ୍ଲିକ, ସୁଶାନ୍ତ ସିଂ, ନବ ଦାସ, ଟୁକୁନି ସାହୁ, ତୁଷାରକାନ୍ତି ବେହେରା, ବ୍ୟୋମକେଶ ରାୟ, ପ୍ରଣବ ବଳବନ୍ତରାୟଙ୍କ ଭଳି ନେତାଙ୍କୁ ସାମିଲ କରିଛି ।