କେନ୍ଦ୍ରାପଡା,୪/୪ : କେନ୍ଦ୍ରାପଡ଼ା ଜିଲ୍ଲା ସଦର ମହକୁମାସ୍ଥ ଅଯୋଧ୍ୟା ନଗର ପୌରସଂସ୍ଥା ଦୃଷ୍ଟିହିନ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ସେନସାରୀ ପାର୍କ କାର୍ଯ୍ୟ ପୂର୍ଣ୍ଣାଙ୍ଗ ପରେ ରବିବାର ଦିନ ଆନୁଷ୍ଠାନିକ ଭାବେ ଲୋକାର୍ପିତ ହୋଇଯାଇଛି l କେନ୍ଦ୍ରାପଡ଼ା ବିଧାୟକ ଶଶିଭୂଷଣ ବେହେରା,ଜିଲ୍ଲପାଳ ଅମୃତ ଋତୁରାଜ, ଉପଜିଲ୍ଲାପାଳ ନିରଞ୍ଜନ ବେହେରା ପୌର ଅଧିକାରୀ ଦେବବ୍ରତ ବଳ ଙ୍କ ସମେତ ଜିଲ୍ଲାସ୍ତରୀୟ ଅନ୍ୟାନ୍ୟ ପଦାଧିକାରୀ ମlନେ ଉପସ୍ଥିତ ଥିଲେ l ମୁଖ୍ୟତଃ ଦୃଷ୍ଟିହୀନ ଛାତ୍ରଛାତ୍ରୀମlନେ ପଠନ ସମୟ ପରେ ଅବସର ବିନୋଦନ ପାଇଁ ପାର୍କରେ ଆମୋଦ ପ୍ରମୋଦ କରିବେ l

ଏନେଇ ଉକ୍ତ କାର୍ଯ୍ୟ ସମୟରେ ସ୍ୱତନ୍ତ୍ର ଧ୍ୟାନ ଦିଆଯାଇ ନିଆରା ଢଙ୍ଗରେ କୌଶଳ କ୍ରମେ ପ୍ରସ୍ତୁତି ହୋଇଛି l ଏହି ପାର୍କଟି ଆଖିକୁ ସାଧାରଣ ଦେଖା ଯାଉଥିଲେ ହେଁ ଦୃଷ୍ଟିହୀନଙ୍କ ପାଇଁ ଉଦ୍ଦିଷ୍ଟ ହୋଇଛି l ନିଜ ନିଜର ଭାବ ଆଦାନ ପ୍ରଦାନ କରିବା ସହିତ କୌତୁହଳ ଉପଲବ୍ଧ କରିପାରିବେ l ସାଧାରଣ ପିଲାଙ୍କ ଭଳି ସେମାନଙ୍କ ପାଇଁ ଖେଳ ପଡିଆ ସାଜିବ ଏହି ପାର୍କ l କୋଭିଡ ନେଇ ବିଦ୍ୟlଳୟ ବନ୍ଦ ରହିଛି l ବିଦ୍ୟାଳୟ ଖୋଲିଲେ ଛାତ୍ର ଛାତ୍ରୀ ମାନେ ବିଦ୍ୟାଳୟକୁ ଫେରିଲେ ପାର୍କର ମଜା ନେବେ ବୋଲି କର୍ତ୍ତୃପକ୍ଷଙ୍କ ଠାରୁ ଜଣାପଡିଛି ଲ ଦିବ୍ୟାଙ୍ଗମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ନେଇ ପ୍ରଶାସନର ଏ ପ୍ରକାର ପ୍ରୟାସକୁ ବୁଦ୍ଧିଜୀବୀ ମନେ ପ୍ରଶଂସା କରିଛନ୍ତି l