କରୋନା ଭ୍ୟାକସିନ୍ ନେଲେ ମହିଳାଙ୍କୁ ସୁନା ନାକ ଫୁଲ ଓ ପୁରୁଷଙ୍କୁ ହ୍ୟାଣ୍ଡ୍ ବ୍ଲେଣ୍ଡର୍ ଉପହାର

ରାଜକୋଟ,୪/୪ : ଦେଶରେ କରୋନା ଟିକାକରଣ ଯେତେ ଶୀଘ୍ର କରାଯିବା ସେତିକି ଅଧିକ ଲାଭଦାୟକ ହେବ। ଏହାକୁ ଦୃଷ୍ଟିରେ ରଖି ଗୁଜରାଟରେ ଏକ ନିଆରା ପ୍ରୟୋଗ କରାଯାଉଛି। ଏଠାରେ ଭ୍ୟାକସିନ୍ ନେଲେ କେବେଳେ ନିଜକୁ ଏହି ମାରାତ୍ମକରୁ ଭାଇରସରୁ ସୁରକ୍ଷିତ ରଖି ହେବ ବରଂ ଅନେକ ପ୍ରକାର ଉପହାର ମଧ୍ୟ ଦିଆଯାଉଛି। ମହିଳାଙ୍କୁ ଭ୍ୟାକସିନ ନେବାପରେ ସୁନା ନାକ ଫୁଲ ଦିଆଯାଉଛି। ପୁରୁଷଙ୍କୁ ହ୍ୟାଣ୍ଡ ବ୍ଲେଣ୍ଡର ଦିଆଯାଉଛି। ଗୁଜରାଟ ରାଜକୋଟରେ ସ୍ଵର୍ଣ୍ଣକାର ସମ୍ପ୍ରଦାୟଙ୍କ ତରଫରୁ ଏହି ଉପହାର ଦିଆଯାଉଛି। ଉପହାର ପାଇ ଲୋକେ ବହୁତ ଖୁସି। ଉପହାର ପାଇଁ ମଧ୍ୟ ଲୋକେ ଭ୍ୟାକସିନ ନେବାକୁ ଉତ୍ସାହ ଦେଖାଉଛନ୍ତି।

ଗୁଜରାଟରେ କରୋନାର ଦ୍ୱିତୀୟ ଲହରୀର ଭୟାବହ ରୂପ ଦେଖିବାକୁ ମିଳିଛି। ପୂର୍ବ ଅପେକ୍ଷା ଅଧିକ ସଂକ୍ରମଣ ଓ ମୃତ୍ୟୁ ମାମଲା ସାମ୍ନାକୁ ଆସୁଛି। ଶନିବାର ଦିନ ୨୮୧୫ ନୂଆ ମାମଲା ସାମ୍ନାକୁ ଆସିଛି ଓ ୧୩ ସଂକ୍ରମିତଙ୍କ ମୃତ୍ୟୁ ହୋଇଛି। ଗତ ୧୧୩ ଦିନରେ ଏହା ସର୍ବାଧିକ। ଅହମଦାବାଦ, ସୁରଟ, ବଡୋଦରା, ରାଜକୋଟ ଜିଲ୍ଲା ସବୁଠାରୁ ଅଧିକ ପ୍ରଭାବିତ।