ଥିରୁଅନନ୍ତପୁରମ,୫/୪ : କେରଳରେ ଏପ୍ରିଲ ୬ ତାରିଖରେ ହେବାକୁଥିବା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶେଷ ଦିନରେ ସେ ଥିରୁଅନନ୍ତପୁରମର ନେମୋମରେ ଦଳର କାର୍ଯ୍ୟକର୍ତ୍ତାଙ୍କୁ ସମ୍ବୋଧିତ କରିଛନ୍ତି। ଏହାପରେ ସେ ଅଟୋ ରିକ୍ସାରେ ଯାତ୍ରା କରିଥିଲେ। ରାହୁଲ ଗାନ୍ଧୀଙ୍କ ଅଟୋ ଯାତ୍ରା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ।
ରାହୁଲ ଗାନ୍ଧୀ ବିଜେପି ଶାସନ କାଳରେ ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ଦର ବିରୋଧରେ ନିର୍ବାଚନ ପ୍ରଚାରର ଶେଷ ଦୁଇ ଦିନ ଅଟୋରେ ଯାତ୍ରା କରିଛନ୍ତି। ନିର୍ବାଚନ ପୂର୍ବରୁ ନିର୍ବାଚନୀ କ୍ଷେତ୍ରରେ ଏଲଡ଼ିଏଫ, ଯୁଡ଼ିଏଫ ଓ ବିଜେପି ମଧ୍ୟରେ ତ୍ରୀକୋଣୀୟ ଯୁଦ୍ଧ ଦେଖିବାକୁ ମିଳିଛି।
କେରଳ ବିଧାନସଭା ନିର୍ବାଚନରେ ବିଜୟ ସୁନିଶ୍ଚିତ କରିବାକୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଅଟୋ ରିକ୍ସାର ସାହାରା ନେଇଛନ୍ତି ଏବଂ ଅଟୋରେରୋଡ଼ ଶୋ’ କରିଛନ୍ତି। ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିକୁ ନେଇ ସେ ବିଜେପି ଉପରେ ଆରୋପ ଲଗାଇଛନ୍ତି। ରାହୁଲ ଅଟୋରେ ବସି ରୋଡ଼ ଶୋ’ କରୁଥିବାର ଫଟୋ ଭିଡିଓ କ୍ୟାମେରାରେ କଏଦ ହୋଇଛି।