ଭୁବନେଶ୍ବର, ୫/୪: ପିପିଲି ଉପନିର୍ବାଚନ ପାଇଁ ବିଜୁ ଜନତା ଦଳ ପକ୍ଷରୁ ପ୍ରଚାର ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ବିଜେଡିରୁ ପ୍ରାର୍ଥୀ ହୋଇଥିବା ସ୍ବର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ପ୍ରଚାର କରିବେ । ଏ ନେଇ ବଜେଡି ପର୍ଯ୍ୟବେକ୍ଷକ ପ୍ରତାପ ଦେବ ସୂଚନା ଦେଇଛନ୍ତି । ପ୍ରତାପ ଦେବଙ୍କ ଘରେ ବସିଥିବା ବୈଠକ ପରେ ସେ ଏଭଳି ସୂଚନା ଦେଇଛନ୍ତି । ତେବେ କେବେ ମୁଖ୍ୟମନ୍ତ୍ରୀ ପ୍ରଚାର କରିବେ ସେନେଇ ତାରିଖ ଚୂଡାନ୍ତ ହୋଇନାହିଁ ବୋଲି ପ୍ରତାପ ଦେବ ସୂଚନା ଦେଇଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ବିଧାୟକ ପ୍ରଦୀପ ମହାରଥୀଙ୍କ ବିୟୋଗ ପରେ ଖାଲିପଡିଥିବା ପିପିଲି ଆସନ ପାଇଁ ଆସନ୍ତା ୧୭ ତାରିଖରେ ଭୋଟ୍ ହେବ । ମେ’ ୨ ତାରିଖରେ ଉପନିର୍ବାଚନ ଫଳାଫଳ ଘୋଷଣା ହେବ ।