ମହାକାଳପଡ଼ା,୬ /୪:କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକ ପାଟଳିପଙ୍କ ଲୁଥେରାନ ମହିଳା ସମିତିର ପିଛା ଛାଡ଼ୁନି ସମସ୍ୟା l କେତେବେଳେ ପଦପଦବି ନେଇ କମିଟରେ ବିବାଦ ଉପୁଜିଥିବା ବେଳେ ଅନ୍ୟ ସ୍ଥଳେ ଅନ୍ତେବାସୀଙ୍କୁ ହଇରାଣ ହରକତ କରିବା ସହିତ ଯୌନ ନିର୍ଯ୍ୟାତନା ଭଳି ସମସ୍ୟା ଗୋଟିକ ପରେ ଗୋଟିଏ ମୁଣ୍ଡ ଟେକୁଛି l ସମିତିର ସ୍ରଷ୍ଟା ସ୍ବର୍ଗତ କ୍ଷେତ୍ରବାସି ଭୂୟାଁ ଙ୍କର ମୃତ୍ୟୁ ହେବା ପରଠୁ ଅଧିକାଂଶ ଭାବେ ସମିତି ପରିଚାଳନା ବୋର୍ଡ ସଭ୍ୟ/ସଭ୍ୟାଙ୍କ ମଧ୍ୟରେ ପଦବୀ ନେଇ ସମସ୍ୟା ସୃଷ୍ଟି ହେଉଛି l ଏହିଭାବେ ସମିତିରେ ହାଉସ କିପର ଭାବେ କାର୍ଯ୍ୟରତ ନିରୀହ ମହିଳାଙ୍କୁ ସଭାନେତ୍ରୀଙ୍କ ଭାଇ ଜୋର ଜବରଦସ୍ତ ପ୍ରେମ ସମ୍ପର୍କ ରଖି ଗର୍ଭବତୀ କରାଇଥିଲେ l ଯାହାନେଇ ନିଃସହାୟ ମହିଳା ଜଣକ ୧୭ .୦୪ .୨୦ ଶିଶୁ ପୁତ୍ର ଜନ୍ମ ଦେବାପରେ ପିତୃତ୍ୱ ଓ ଶିଶୁ ସୁରକ୍ଷା ନେଇ ପ୍ରଶ୍ନ ବାଚୀ ସୃଷ୍ଟି ହୋଇଥିଲା l ନିଃସହାୟ ପ୍ରସୂତି ମହିଳା ପାଇଁ ହାଉସ ମଦର ମୁହଁ ଖୋଲିବା ସହିତ ନ୍ୟାୟ ପାଇଁ ମାର୍ଶାଘାଇ ଥାନାରେ ଅଭିଯୋଗ କରିଥିଲେ l ମାତ୍ର ସଭାନେତ୍ରି ଏନେଇ ହାଉସ କିପର ଓ ମଦର ଉପରେ ଖୁବ୍ଧ ହୋଇଛନ୍ତି ବୋଲି ଅଭିଯୋଗ କାରି ଉଲ୍ଲେଖ କରିଛନ୍ତି l
ସୋମବାର ଦିନ ରାଜ୍ୟ ମହିଳା ଓ ଶିଶୁ ଅଧିକାର ସୁରକ୍ଷା ଆୟୋଗ ସନ୍ଧ୍ୟା ବତୀ ପ୍ରଧାନ କେନ୍ଦ୍ରାପଡା ଜିଲ୍ଲା ସମାଜ ମଙ୍ଗଳ ଅଧିକାରି ପ୍ରଭାସ ଚନ୍ଦ୍ର ଦାଶ, ଉପଜିଲ୍ଲାପାଳ ନିରଞ୍ଜନ ବେହେରା ଓ ଅନ୍ୟାନ୍ୟ ଜିଲ୍ଲା ଓ ଉପଖଣ୍ଡ ଅଧିକାରୀମlନଙ୍କ ସହିତ ସମିତିରେ ପହଂଚି ସବିଶେଷ ତଦନ୍ତ ଚଳାଇଥିଲେ l ପୀଡିତା ମହିଳାଙ୍କ ଘର କୁଜଙ୍ଗ ଅଂଚଳର ହୋଇଥିବା ବେଳେ ମହିଳାଙ୍କ ନିଃସହାୟତା ପାଇଁ ଏପରି ଘଟୁଛି ବୋଲି ସାଧାରଣରେ ସନ୍ଦେହ ଉପୁଜୁଛି l ମୁଖ୍ୟତଃ ସମିତିରେ ଅବ୍ୟବସ୍ଥା ନେଇ ଆୟୋଗ କ୍ଷୁବ୍ଦ୍ଦ୍ୱ ପ୍ରକାଶ କରିଛନ୍ତି l ସମିତିର ଏଭଳି କାରନାମା ଉପରେ ଜିଲ୍ଲାପାଳଙ୍କ ସହିତ ଆଲୋଚନା କରିବେ ବୋଲି କହିଛନ୍ତି l ଆଗାମୀ ଦିନରେ ସମସ୍ତ ବିଷୟର ଗୁମର ଖୋଲିବା ନେଇ ସଭିଏଁ ଆଶା ରଖିଛନ୍ତି l