ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୨୪ ଘଣ୍ଟା ପ୍ରଚାର କରିପାରିବେ ନାହିଁ : ନିର୍ବାଚନ କମିସନ

କୋଲକାତା,୧୨ /୪ : ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏପ୍ରିିଲ ୭ ଏବଂ ୮ରେ ଦେଇଥିବା ମନ୍ତବ୍ୟ ପାଇଁ ତାଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ନିର୍ବାଚନ କମିସନ୍। ନିର୍ବାଚନୀ ସଭାରେ ହିନ୍ଦୁ-ମୁସଲିମଙ୍କୁ ନେଇ ମମତା ବୟାନ ଦେବା ପରେ ନିର୍ବାଚନ କମିସନ ନୋଟିସ ପଠାଇବା ସହ ଏହି କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ଦିଦି ମୁସଲିମ୍ ଭୋଟରଙ୍କୁ ଆକର୍ଷିତ କରିବା ଲାଗି ହିନ୍ଦୁ-ମୁସଲମାନ୍ ଶବ୍ଦ ଉଚ୍ଚାରଣ କରିବା ସହ ସଂପ୍ରଦାୟିକ ବିଭାଜନ ସୃଷ୍ଟିକାରୀ ଭାଷଣ ଦେଇଥିଲେ। ଏଥିସହ ଭୋଟରମାନଙ୍କୁ କେନ୍ଦ୍ରୀୟ ସୁରକ୍ଷା ବଳର କର୍ମଚାରୀଙ୍କୁ ଘେରାଉ କରିବା ଲାଗି ଉସକାଇଥିଲେ। ଏଭଳି କାର୍ଯ୍ୟକଳାପ ନିର୍ବାଚନ ଆଚରଣ ସଂହିତାର ଉଲ୍ଲଂଘନର ଦଣ୍ଡ ସ୍ବରୂପ ଦିଦିଙ୍କ ନିର୍ବାଚନ ପ୍ରଚାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି ନିର୍ବାଚନ କମିସନ। ୨୪ ଘଣ୍ଟା ପାଇଁ ସେ ନିର୍ବାଚନ ପ୍ରଚାର କରି ପାରିବେ ନାହିଁ। ଆଜି ସନ୍ଧ୍ୟା ୮ଟାରୁ ଆସନ୍ତାକାଲି ସନ୍ଧ୍ୟା ୮ଟା ପର୍ଯ୍ୟନ୍ତ ଦିିଦିଙ୍କ ନିର୍ବାଚନ ପ୍ରଚାର ଉପରେ ପ୍ରତିବନ୍ଧକ ଲଗାଯାଇଛି।