ଆଜି ସନ୍ଧ୍ୟାରୁ ସଙ୍ଗରୋଧରେ ରହିଲେ ମୁଖ୍ୟମନ୍ତ୍ରୀ ଆଦିତ୍ୟନାଥ

ଲକ୍ଷ୍ନୌ,୧୩ /୪ : ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ କାର୍ଯ୍ୟାଳୟର କିଛି ଅଧିକାରୀ କରୋନାଭାଇରସ୍‌ ପଜିଟିଭ୍‌ ଚିହ୍ନଟ ହେବା ପରେ ଯୋଗୀ ଆଦିତ୍ୟନାଥ ଅଲଗା ହୋଇଯାଇ ଆଜି ସନ୍ଧ୍ୟାରୁ ସଙ୍ଗରୋଧରେ ରହିଛନ୍ତି।

ନିଜ ଟୁଇଟର ହାଣ୍ଡେଲରେ ଉଲ୍ଲେଖ କରିବା ସହ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଲେଖିଛନ୍ତି ଯେ ମୋ କାର୍ଯ୍ୟାଳୟର କିଛି ଅଧିକାରୀ କରୋନାଭାଇରସ୍‌ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଅନେକ ମୋ ସହିତ ଯୋଗାଯୋଗ କରୁଥିଲେ। ତେଣୁ, ସତର୍କତା ମୂଳକ ପଦକ୍ଷେପ ଭାବରେ ମୁଁ ନିଜକୁ ଅଲଗା କରିନେଇ ଗୃହ ସଙ୍ଗରୋଧରେ ରହିଛି ବୋଲି ସେ ଟୁଇଟ କରିଛନ୍ତି। ଉଲ୍ଲେଖଯୋଗ୍ୟ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କୋଭିଡ୍‌-୧୯ ଟିକାର ପ୍ରଥମ ଡୋଜ୍‌ ଜଳିତ ମାସ ପ୍ରାରମ୍ଭରେ ନେଇଥିଲେ।