ଦେଶରେ ଆଜି ୧,୮୫,୨୪୮ ଜଣ କରୋନା ସଂକ୍ରମିତ ଚିହ୍ନଟ, ୧୦୨୫ ମୃତ

ନୂଆଦିଲ୍ଲୀ,୧୪ /୪ : ଦେଶର ସମସ୍ତ ରାଜ୍ୟକୁ ମାଡିଚାଲିଛି ସଂକ୍ରମଣ। ପରିସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ତାହାସହିତ କରୋନା ଜନିତ ମୃତ୍ୟୁସଂଖ୍ୟା ମଧ୍ୟ ବୃଦ୍ଧିପାଇବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ନୂଆ ୧,୮୫,୨୪୮ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଗୋଟିଏ ଦିନରେ ଏତେ ସଂଖ୍ୟକ କରେନା ସଂକ୍ରମିତ ହେବା ଏହା ପ୍ରଥମ। ଏଥିସହିତ ଭାରତରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୩,୮୭୧,୩୨୧କୁ ବୃଦ୍ଧିପାଇଛି। ମୋଟ କୋଭିଡ ସଂକ୍ରମଣ ମାମଲାରେ ଭାରତ ଦ୍ୱିତୀୟ ସର୍ବାଧିକ ପ୍ରଭାବିତ ଏବଂ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟାରେ ତୃତୀୟ ସ୍ଥାନରେ ରହିଥିବା ୱାର୍ଲଡୋମିଟର ସୂତ୍ରରୁ ଜଣାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ଜନିତ ମୃତ୍ୟୁ ୧୦୨୬ ହୋଇଛି। ଫଳରେ ଦେଶରେ କରୋନା ମୃତ୍ୟୁ ମୋଟ ୧,୭୨,୧୧୫କୁ ବୃଦ୍ଧିପାଇଛି।