ଭୁବନେଶ୍ୱର,୧୪ /୪ : ରାଜ୍ୟ ପୁଲିସ ପକ୍ଷରୁ ଏପ୍ରିଲ ୭ରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଅଭିଯାନରେ ୬୬ ହଜାର ୪୬ ଜଣ କୋଭିଡ୍ ନିୟମ ଉଲଂଘନକାରୀଙ୍କ ଠାରୁ ୧ କୋଟି ୮୮ ଲକ୍ଷ ୪୫ ହଜାର ୧୫୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି।
ଷଷ୍ଠ ଦିନରେ ସାମାଜିକ ଦୂରତା ବଜାୟ ରଖି ନ ଥିବା ୧୧୫୪ ଜଣ ବ୍ୟକ୍ତିଙ୍କଠାରୁ ୧,୮୭,୩୫୦ ଟଙ୍କା ଏବଂ ସର୍ବସାଧାରଣ ସ୍ଥାନରେ ମୁହଁରେ ମାସ୍କ ପିନ୍ଧି ନ ଥିବା କାରଣରୁ ୮,୬୩୬ ବ୍ୟକ୍ତିଙ୍କଠାରୁ ୨୭,୮୪,୬୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଛି। ଆଗାମୀ ଦିନରେ କୋଭିଡ୍ କଟକଣାକୁ ଜୋରଦାର କରାଯିବ। କୋଭିଡ୍ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ସହ ସାମାଜିକ ଦୂରତା ରକ୍ଷା ଏବଂ ମାସ୍କ ପରିଧାନ ନିୟମକୁ ଠିକ୍ ଭାବେ କାର୍ଯ୍ୟକାରୀ କରିବା ପାଇଁ ପୋଲିସ୍ ପକ୍ଷରୁ ଗୁରୁତ୍ୱ ଦିଆଯାଉଛି। ଏହି ଅଭିଯାନ ଆସନ୍ତା ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ।