ନୂଆଦିଲ୍ଲୀ,୧୫ /୪ : ଦେଶରେ ଗତ ୨୪ ଘଣ୍ଟାରେ ୨ ଲକ୍ଷ ୭୩୯ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୦୩୮ ଜଣଙ୍କ ମୃତ୍ୟୁ ହୋଇଛି ।
ଆଜି ଦିନକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୪୦ ଲକ୍ଷ ୭୪ ହଜାର ୫୬୪କୁ ବୃଦ୍ଧି ପାଇଛି। ସେହିପରି ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୭୩ ହଜାର ୧୨୩ରେ ପହଞ୍ଚିଛି। ଦେଶରେ ଏବେ ୧୪ ଲକ୍ଷ ୭୧ ହଜାର ୮୭୭ ସକ୍ରିୟ ରୋଗୀ ରହିଥିବାବେଳେ ୧ କୋଟି ୨୪ ଲକ୍ଷ ୨୯ ହଜାର ୫୬୪ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।
ଦେଶରେ ବର୍ତ୍ତମାନ ସୁଦ୍ଧା ୧୧ କୋଟି ୪୪ ଲକ୍ଷ ୯୩ ହଜାର ୨୩୮ ଜଣଙ୍କୁ କରୋନା ଟିକା ଦିଆଯାଇ ସାରିଛି। ଗତ କାଲି ୩୩ ଲକ୍ଷ ୧୩ ହଜାର ୮୪୮ ଜଣଙ୍କୁ ଟିକା ପ୍ରଦାନ କରାଯାଇଥିବା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି।