ପିପିଲି ଉପନିର୍ବାଚନ ନୂଆ ତାରିଖରେ ହେବ : ସୁଶୀଲ ଲୋହାନି

ଭୁବନେଶ୍ବର,୧୫ /୪ : ପିପିଲି ଉପନିର୍ବାଚନ ନୂଆ ତାରିଖରେ ହେବ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ ଲୋହାନି । କଂଗ୍ରେସ ପ୍ରାର୍ଥୀ ଅଜିତ ମଙ୍ଗରାଜଙ୍କ ଦେହାନ୍ତ ପରେ ପିପିଲି ଉପନିର୍ବାଚନକୁ ସ୍ଥଗିତ ରଖାଯାଇଛି। ରିଟର୍ଣ୍ଣିଂ ଅଫିସର ନିର୍ବାଚନକୁ ସ୍ଥଗିତ ରଖିଛନ୍ତି। ଏନେଇ ମୁଖ୍ୟ ନିର୍ବାଚନ କମିସନଙ୍କୁ ଜଣାଯାଇଛି। ନିର୍ବାଚନ କମିସନ ପିପିଲି ଉପନିର୍ବାଚନ ପାଇଁ ପୁଣିଥରେ ନୂଆ ତାରିଖ ଘୋଷଣା ସହ ସାନି ବିଜ୍ଞପ୍ତି ପ୍ରକାଶ କରିବେ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ।
ବିଜ୍ଞପ୍ତି ପ୍ରକାଶ ପାଇବାର ୭ ଦିନ ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ କରିବାକୁ ହେବ। ତେବେ ସବୁ ଦଳର ପ୍ରାର୍ଥୀଙ୍କ ବଦଳରେ କେବଳ କଂଗ୍ରେସ ଦଳକୁ ନୂଆ ପ୍ରାର୍ଥୀ ଦେବା ପାଇଁ ସୁଯୋଗ ମିଳିବ। କିନ୍ତୁ କେବେ ତାରିଖ ଘୋଷଣା ହେବ ସେନେଇ କୌଣସି ସୂଚନା ଆସିନାହିଁ ବୋଲି କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ।