ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ : ଅଭିଯୁକ୍ତ ଶିକ୍ଷକ ଗିରଫ

କଳାହାଣ୍ଡି,୧୯/୪: ନବମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ଫେରାର ଶିକ୍ଷକ ଗିରଫ । ମଦନପୁର ରାମପୁର ପୋଲିସ ଦ୍ବାରା ଅଭିଯୁକ୍ତ ଶିକ୍ଷକ ହିମାନ୍ଦ୍ରୀ ମଳୟ ମଙ୍ଗରାଜ ଓ ଫେରାର ପାଇଁ ସହଯୋଗ କରୁଥିବା ୨ ସାଙ୍ଗ ଗିରଫ ହୋଇଛନ୍ତି । ଗତ ମାର୍ଚ୍ଚ ୧୩ ତାରିଖରେ ପୀଡ଼ିତା ପରିବାର ମଦନପୁର ରାମପୁର ପୋଲିସ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ଖୋର୍ଦ୍ଧା ଜିଲ୍ଲାର ବାସିନ୍ଦା ଅଭିଯୁକ୍ତ ଶିକ୍ଷକ ହିମାନ୍ଦ୍ରୀ ଫେରାର ଥିଲେ। ପ୍ରାୟ ଏକ ମାସ ପରେ ମଦନପୁର ରାମପୁର ପୋଲିସ ଖୋର୍ଦ୍ଧାରୁ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଛି ।