ଲକ୍ଷ୍ନୌ, ୨୪/୪: ସାରା ଦେଶରେ କରୋନା ଭାଇରସ ମହାମାରୀ ଏବେ ବିକରାଳ ରୂପ ଧାରଣ କରିଛି। ଉତ୍ତରପ୍ରଦେଶ ପରିସ୍ଥିତି ସଙ୍ଗୀନ ଥିବା ବେଳେ ଗତ ୨୪ ଘଣ୍ଟାରେ ୩୮ ହଜାର ୫୫ ଜଣ ନୂଆ ସଂକ୍ରମିତ ଠାବ ହେବା ଏବେ ଚିନ୍ତାଜନକ ହୋଇଛି। ମୁଖ୍ୟ ସ୍ୱାସ୍ଥ୍ୟ ସଚିବ ଅମିତ ମୋହନ ପ୍ରସାଦ ଆଜି ରାଜ୍ୟରେ ୨୩ ହଜାର ୨୩୧ ଜଣ ସୁସ୍ଥ ହୋଇ ବିଭିନ୍ନ ହସ୍ପିଟାଲରୁ ଡିଶ୍ଚାର୍ଜ ହୋଇଥିବା ବେଳେ ପୁଣି ଏତେ ସଂଖ୍ୟକ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାର ସୂଚନା ଦେଇଛନ୍ତି।
ଦିନକ ପୂର୍ବରୁ ରାଜ୍ୟରେ ୨ଲକ୍ଷ ୨୫ ହଜାର ୯୬୦ ନମୁନା ଯାଞ୍ଚ ହୋଇଥିଲା। ଏହି କ୍ରମରେ ଏ ପର୍ଯ୍ୟନ୍ତ ରାଜ୍ୟରେ ୩୯ଲକ୍ଷ ୫୪ ହଜାର ୯୮୯ଟି ନମୁନା ଯାଞ୍ଚ ହୋଇଥିବା ପ୍ରସାଦ କହିଛନ୍ତି। ସାରା ରାଜ୍ୟରେ ଦ୍ରୁତ ଯାଞ୍ଚ ସାଙ୍ଗକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ସଂକ୍ରମିତଙ୍କ ଚିକିତ୍ସା ଲାଗି ଉପଯୁକ୍ତ ପଦକ୍ଷେପ ନିଆଯାଇଥିବା ଶ୍ୱାସ୍ଥ୍ୟ ସଚିବ କହିଛନ୍ତି।