କୋଭାକ୍ସିନ ଦାମ ରାଜ୍ୟ ଲାଗି ୬୦୦ ଓ ଘରୋଇ ହସ୍ପିଟାଲ ପାଇଁ ୧୨୦୦ ଟଙ୍କା ଘୋଷଣା କଲା ଭାରତ ବାୟୋଟେକ

ହାଇଦ୍ରାବାଦ,୨୪ /୪ : ଭାରତ ବାୟୋଟେକ କରୋନା ଟିକା କୋଭାକ୍ସିନର ବଜାର ଦର ନିର୍ଦ୍ଧାରଣ କରିଛି। ଶନିବାର ଭାରତ ବାୟୋଟେକ ପକ୍ଷରୁ ଜାରି ଇସ୍ତାହାରରେ କୁହାଯାଇଛି ଯେ ରାଜ୍ୟ ସରକାରଙ୍କ ଲାଗି କୋଭାକ୍ସିନ୍ ଟିକାର ମୂଲ୍ୟ ଡୋଜ୍ ପିଛା ୬୦୦ ଟଙ୍କା ରହିବା ବେଳେ ଘରୋଇ ହସ୍ପିଟାଲ୍ ଲାଗି ଏହା ୧୨୦୦ ଟଙ୍କା ରହିବ। ତେବେ ଟିକାର ଘରୋଇ ଦର ଓ ରପ୍ତାନି ଦର ଅଲଗା ରହିଛି। ଅନ୍ୟ ଦେଶକୁ କୋଭାକ୍ସିନ୍ ରପ୍ତାନି ହେବ ଏବଂ ଏହାର ଦର ୧୧୨୩ରୁ ୧୪୯୮ ଟଙ୍କା ମଧ୍ୟରେ ରହିବ ବୋଲି ଭାରତ ବାୟୋଟେକ ପକ୍ଷରୁ କୁହାଯାଇଛି।