ପୂର୍ବ ଶତୃତାରୁ ଯୁବକଙ୍କୁ ଆକ୍ରମଣ, ଗରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି

ଆନନ୍ଦପୁର, ୨୫/୪: କେନ୍ଦୁଝର ଜିଲ୍ଲା ଦୈତାରୀ ଥାନା ବ୍ରାହ୍ମଣିପାଳଠାରେ ଟିପର ଆସୋସିଏସନର ଝଗଡ଼ାକୁ କେନ୍ଦ୍ରକରି ଜଣେ ଯୁବକଙ୍କୁ ମରାଣାନ୍ତକ ଆକ୍ରମଣ ହୋଇଥିବା ଜଣାପଡ଼ିଛି । ଗୁରୁତର ଯୁବକଙ୍କୁ ଡାକ୍ତରଖାନା ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ଗୁରୁତର ଯୁବକ ହେଉଛନ୍ତି ଘସିପୁରା ଥାନା ଚମ୍ପାପାଳ ଗାଁର ସୁଶାନ୍ତ ପଲ୍ଲେଇ । ତାଙ୍କୁ ଗୁରୁତର ଅବସ୍ଥାରେ ଆନନ୍ଦପୁର ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସୁଶାନ୍ତ ବ୍ରାହ୍ମଣୀପାଳ ଟିପର ସଂଘର ସଦସ୍ୟ ଥିବାବେଳେ ଆଜି ବ୍ରାହ୍ମଣିପାଳ ଯାଇଥିବା ସମୟରେ ୪-୫ ଜଣ ବ୍ୟକ୍ତି ଏକ କାରରେ ଆସି ତାଙ୍କୁ ଅତର୍କିତ ଆକ୍ରମଣ କରିଥିଲେ । ଟିପର ମାଲିକ ସଂଘ ବିବାଦକୁ କେନ୍ଦ୍ରକରି ଏହି ଆକ୍ରମଣ ହୋଇଥିବା ସୁଶାନ୍ତ କହିଛନ୍ତି । ତେବେ ଆକ୍ରମଣ ଘଟଣା ନେଇ ସେ ଦୈତାରୀ ଥାନାରେ ଅଭିଯୋଗ କରିଛନ୍ତି ।