ନୂଆଦିଲ୍ଲୀ,୨୬/୪ : ମାସିକ ଋତୁସ୍ରାବ ବେଳେ ମହିଳା କରୋନା ଟୀକା ନେଇପାରିବେ । ଏହି ସମୟରେ ମହିଳାଙ୍କ ରୋଗ ପ୍ରତିରୋଧକ କ୍ଷମତା କମ ଥିବାରୁ ସେମାନେ ଋତୁସ୍ରାବର ୫ ଦିନ ପୂର୍ବରୁ କିମ୍ବା ୫ ଦିନ ପରେ କରୋନା ଟୀକା ନେଇପାରିବେନି ବୋଲି ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାରର ପୋଷ୍ଟ ବ୍ୟାପକ ଭାବେ ପ୍ରସାରିତ ହେବା ପରେ ସରକାରଙ୍କ ପକ୍ଷରୁ ଏହା ଉପରେ ସ୍ପଷ୍ଟୀକରଣ ରଖାଯାଇଛି । ଏଭଳି ମିଥ୍ୟା ପୋଷ୍ଟ ଉପରେ ବିଶ୍ୱାସ ନ କରିବାକୁ PIB ପକ୍ଷରୁ ଟୁଇଟ କରାଯାଇଛି । ଋତୁସ୍ରାବ କରୋନା ଟୀକାର ପ୍ରଭାବକୁ ହ୍ରାସ କରିବନି ବୋଲି ସ୍ୱାସ୍ଥ୍ୟ ବିଶେଷଜ୍ଞ ପ୍ରକାଶ କରିଛନ୍ତି ।