ଭୁବନେଶ୍ବର,୨୬ /୪: ରାଜଧାନୀ ଭୁବନେଶ୍ବରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ହସ୍ପିଟାଲମାନଙ୍କରେ କୋଭିଡ ବେଡର ବ୍ୟବସ୍ଥା କରାଯାଇଥିଲା। ଏହି ବେଡ ସଂଖ୍ୟା ପର୍ଯ୍ୟାୟକ୍ରମେ ବୃଦ୍ଧି କରାଯାଉଛି ବୋଲି ବିଏମସି କମିସନରର ପକ୍ଷରୁ ସୂଚନା ଦିଆଯାଇଛି।
ହସ୍ପିଟାଲରେ କୌଣସି ପ୍ରକାର ବେଡର ଅସୁବିଧା ନାହିଁ। ହସ୍ପିଟାଲଗୁଡ଼ିକରେ ଯଥେଷ୍ଟ ପରିମାଣରେ ବିଭିନ୍ନ ବିଭାଗ ଅନୁଯାୟୀ ବେଡ ମହଜୁଦ ରହିଛି। ତେବେ ବେଡରେ ଭର୍ତ୍ତି ହେବା ପାଇଁ ୧୯୨୯ ହେଲପଲାଇନ ନମ୍ବର କାର୍ଯ୍ୟକାରୀ ହେଉଛି। ଆରଆରଟି ମାଧ୍ୟମରେ ବି ଅନେକ ଲୋକଙ୍କୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। କିଛିଦିନ ତଳେ ୧୯୨୯ ହେଲପଲାଇନ ନମ୍ବରରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହେବାରୁ ଏହା କିଛି ସମୟ ପାଇଁ କାମ ଦେଇ ନଥିଲା। ତେବେ ଏସବୁ ତ୍ରୁଟିର ସମାଧାନ ହୋଇଯାଇଛି। ଏଣିକି ଭୁବନେଶ୍ବର ବାସିନ୍ଦା ୧୯୨୯ ହେଲପଲାଇନ ନମ୍ବର ସେବାର ଲାଭ ଉଠାଇ ପାରିବେ।