ରାଜ୍ୟସଭା ପିଟିସନ କମିଟି ଅଧ୍ୟକ୍ଷ ହେଲେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ

ନୂଆଦିଲ୍ଲୀ,୨୭ /୪ : ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ଦ୍ବିତୀୟ ଥର ଲାଗି ରାଜ୍ୟସଭା ପିଟିସନ କମିଟି ଅଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି। ସୋମବାର ରାଜ୍ୟସଭା ସଚିବାଳୟ ତରଫରୁ ଘୋଷିତ ୧୦ ଜଣିଆ ଆବେଦନ ସମିତି ତାଲିକାରେ ରାଜ୍ୟସଭା ସାଂସଦ ଅଶ୍ବିନୀ ବୈଷ୍ଣବ ସଦସ୍ୟ ଭାବେ ସ୍ଥାନ ପାଇଛନ୍ତି। ଏହା ବ୍ୟତୀତ କମିଟି ଅନ-ସବ୍‌ଅର୍ଡିନେଟ୍-ଲେଜିସଲେସନର ସଦସ୍ୟ ଭାବେ ସାଂସଦ ଅମର ପଟ୍ଟନାୟକ, ସ୍ବାଧିକାର ସମିତି (ପ୍ରିଭିଲେଜ୍‌ କମିଟି) ସଦସ୍ୟ ଭାବେ ସାଂସଦ ସୁଜିତ କୁମାର, ନିୟମ ସମିତି (ରୁଲ୍‌ସ କମିଟି)ର ସଦସ୍ୟ ଭାବେ ସାଂସଦ ଅଶ୍ବିନୀ ବୈଷ୍ଣବ, ନୀତି ସମିତି (ଏଥିକ୍‌ସ କମିଟି)ର ସଦସ୍ୟ ଭାବେ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ ମନୋନୀତ ହୋଇଛନ୍ତି।