ପଦ୍ମଭୂଷଣ ମନୋଜ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ବର,୨୭ /୪: ସାରସ୍ବତ ସାଧକ ମନୋଜ ଦାସଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି। ସ୍ବର୍ଗତ ମନୋଜ ଦାସଙ୍କ ଅମଳିନ ପ୍ରତିଭା ସାହିତ୍ୟ ଓ ଦର୍ଶନ ଜଗତ ପାଇଁ ସବୁବେଳେ ଏକ ଆଲୋକ ସ୍ତମ୍ଭ ହୋଇ ରହିଥିବ ଵୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଭାରତୀୟ କଥା ସାହିତ୍ୟରେ ତାଙ୍କ ସ୍ବତନ୍ତ୍ର ଶୈଳୀ ପାଇଁ ସେ ଅନନ୍ୟ । ତାଙ୍କ ବିୟୋଗରେ ଉତ୍କଳ ଜନନୀ ତାର ଅନ୍ୟତମ ସୂଯୋଗ୍ୟ ସନ୍ତାନକୁ ହରାଇଲା ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଇବା ସହ ମୁଖ୍ୟମନ୍ତ୍ରୀ ପରଲୋକ ଗତ ଆତ୍ମାର ସଦ୍ଗତି କାମନା କରିଛନ୍ତି। ରାଷ୍ଟ୍ରୀୟ ସମ୍ମାନ ସହ ସ୍ବର୍ଗତ ମନୋଜ ଦାସଙ୍କ ଶେଷକୃତ୍ୟ କରିବା ପାଇଁ ଓଡ଼ିଶା ସରକାରଙ୍କ ପଷରୁ ପଣ୍ଡିଚେରୀ ସରକାରଙ୍କୁ ଅନୁରୋଧ କରାଯାଇଛି। ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ କ୍ରମେ ରାଜ୍ୟ ସରକାରଙ୍କ ପଷରୁ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ସ୍ବର୍ଗତ ଦାସଙ୍କ ଶେଷ କୃତ୍ୟରେ ଯୋଗ ଦେବେ ।