ଅହମଦାବାଦ, ୨୯/୪: ଆଇପିଏଲ -୨୦୨୧ର ୨୫ ତମ ମ୍ୟାଚ୍ରେ ବାଜି ମାରିଲା ଦିଲ୍ଲୀ କ୍ୟାପିଟଲ୍ସ (ଡିସି)। ପୃଥ୍ବୀ ଶ’ଙ୍କ ଦମଦାର ବ୍ୟାଟିଂ ଦଳକୁ ସହଜ ବିଜୟ ଆଣିଦେଇଛି। କୋଲକାତା ନାଇଟ ରାଇଡର୍ସ (କେକେଆର)କୁ ମାତ ଦେବା ସହ ଚଳିତ ସିଜନ୍ରେ ପଞ୍ଚମ ବିଜୟ ହାସଲ କରିଛି ଡିସି । ୧୩୨ ରନ୍ରେ ଦଳକୁ ପ୍ରଥମ ଝଟକା ଲାଗିଥିଲା। ୪୭ ବଲ୍ରେ ୪୬ ରନ୍ କରି ପାଭିଲିୟନ୍ ଫେରିଥିଲେ ଶିଖର ଧାଓ୍ବନ। ପରେ ପରେ ୪୧ ବଲ୍ରେ ୮୨ ରନ୍ କରି କ୍ୟାଚ୍ ଆଉଟ୍ ହୋଇଥିଲେ ପୃଥ୍ବୀ ଶ’। ୧୫୦ ରନ୍ ବେଳକୁ ଅଧିନାୟକ ଋଷଭ ପନ୍ତ ୧୬ ରନ୍ କରି ଆଉଟ ହୋଇଥିଲେ। ୧୬ ଓଭର ୩ ବଲ୍ରେ ଦଳ ବିଜୟ ହାସଲ କରିଛି। ୭ ଓ୍ବିକେଟରେ କେକେଆରକୁ ମାତ ଦେଇଛି ଦିଲ୍ଲୀ କ୍ୟାପିଟାଲ୍ସ।