କେନ୍ଦ୍ରାପଡା ,୨୯ /୪ : କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ପାରିନୁଆପଡା ପଂଚାୟତ ହlବଳିଗଣ୍ଡ ଗ୍ରାମର ୭୦ ବର୍ଷୀୟା ଵୃଦ୍ଧା ରାଇ ମଳିକ ୫ ଦିନ ହେବ ନିଖୋଜ ଥିଲେ l ଏନେଇ ରାଜକନିକା ପୋଲିସ ବହୁଖୋଜା ଖୋଜି କରିବା ପରେ ଉଦ୍ଧାର କରିବା ସମ୍ଭବ ହୋଇନଥିଲା l ଲୋକଙ୍କ ଉପରେ ଅଶାନ୍ତି ହୋଇ ଘର ଛାଡିଥିବା ଵୃଦ୍ଧା ରାଇ ପୁରୀ ବେଳାଭୂମିରେ ବୁଲୁଥିବାର ଖବର ମିଳିଥିଲା l ପରବର୍ତ୍ତୀ ସମୟରେ ତାଙ୍କୁ ସେଠୁ ଉଦ୍ଧାର କରାଯାଇଥିବାର ଜଣା ପଡିଛି l