ଆଜି ରାଜ୍ୟର ୫ ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ୱର, ୩୦/୪: କୋଭିସିଲ୍ଡ ଟିକାର ଅଭାବ କାରଣରୁ ଟିକା କରଣ କାର୍ଯ୍ୟକ୍ରମକୁ ବନ୍ଦ ରଖିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଆଜି ୫ ଜିଲ୍ଲା ବୌଦ୍ଧ, ଝାରସୁଗୁଡ଼ା, କୋରାପୁଟ, ସମ୍ବଲପୁର, ସୋନପୁର ଟିକାକରଣ ବନ୍ଦ ରହିବ। ଗତକାଲି ୧୨ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିଥିଲା। ଟିକାର ସପ୍ଲାଏ କମ ରହୁଥିବାରୁ ଅନେକ ଗୁଡ଼ିଏ କେନ୍ଦ୍ର ବନ୍ଦ କରିବା ଲାଗି ରାଜ୍ୟ ସରକାର ବାଧ୍ୟ ହେଉଛନ୍ତି। ଏଥିସହିତ ପୂରା ଜିଲ୍ଲାରେ ମଧ୍ୟ ବନ୍ଦ କରିବାକୁ ପଡୁଛି। ଗତକାଲି ୧୨ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିଥିବା ବେଳେ ଏବେ ୫ଟି ଜିଲ୍ଲାରେ ବନ୍ଦ ରହିବ ଟିକାକରଣ ।

ଏଥିସହ ୪୫ ବର୍ଷରୁ ଅଧିକ ବ୍ୟକ୍ତିଙ୍କୁ ଦ୍ବିତୀୟ ଡୋଜ ଟିକା ଦେବା ପାଇଁ ମଧ୍ୟ ସମ୍ଭବପର ହେବ ନାହିଁ। ଏହାପରେ ଶନିବାର ଓ ରବିବାର ପୁରା ରାଜ୍ୟରେ ଟିକାକରଣ ବନ୍ଦ ରହୁଥିବାରୁ ଟିକାକରଣ ବ୍ୟାପକ ଭାବେ ପ୍ରଭାବିତ ହେବ। ଏଥିସହିତ ୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ଟିକାକରଣ ଆରମ୍ଭ ହେବାରେ ବିଳମ୍ବ ମଧ୍ୟ ହୋଇପାରେ।