କରୋନା ନେଲା ପୂର୍ବତନ ବାହୁବଳୀ ସାଂସଦ ଶାହବୁଦ୍ଦୀନଙ୍କ ଜୀବନ

ନୂଆଦିଲ୍ଲୀ,୧/୫: ବିହାରର ପୂର୍ବତନ ବାହୁବଳୀ ସାଂସଦ ମହମ୍ମଦ ଶାହବୁଦ୍ଦୀନ କରୋନା ସଂକ୍ରମିତ ହୋଇ ପ୍ରାଣ ହରାଇଛନ୍ତି । ଦିଲ୍ଲୀର ତିହାର ଜେଲରେ ଆଜୀବନ କାରାଦଣ୍ଡ ଭୋଗୁଥିବା ମହମ୍ମଦ ଏକ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଦିଲ୍ଲୀ ହାଇକୋର୍ଟ କରୋନା ସଂକ୍ରମିତ ହେବା ପରେ ମହମ୍ମଦଙ୍କୁ ଚିକିତ୍ସା ସେବା ଯୋଗାଇବାକୁ ଦିଲ୍ଲୀ ସରକାର ଓ ଜେଲ୍ ପ୍ରଶାସନକୁ ନିର୍ଦ୍ଦେଶ ଦେଇତିଲେ । ଗତ ମଙ୍ଗଳବାର ରାତିରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଥିଲା । ଏହାପରେ ତାଙ୍କୁ ଦୀନଦୟାଲ ଉପାଧ୍ୟାୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଏହାପୂର୍ବରୁ ମହମ୍ମଦର ପିତା ଶେଖ ମହମ୍ମଦ ହସିବୁଲାହ ଗତ ସେପ୍ଟମ୍ବରରେ ପ୍ରାଣତ୍ୟାଗ କରିଥିଲେ । ଏହାପରେ ମହମ୍ମଦକୁ ତିହାର ଜେଲରୁ ପାରୋଲ ପାଇଁ ଅନୁମତି ମିଳିନଥିଲା । ହତ୍ୟା ମାମଲାରେ ଆଜୀବନ ଜେଲ ଦଣ୍ଡ ଭୋଗୁଥିବା ଏହି ବାହୁବଳୀ ପୂର୍ବତନ ସାଂସଦ ବିରୋଧରେ ୩୦ରୁ ଅଧିକ ଅପରାଧିକ ମାମଲା ଏବେବି ବିଚାରାଧିନ ରହିଛି ।