ନୂଆଦିଲ୍ଲୀ,୧/୫: ଆଇପିଏଲରେ ସନରାଇଜର୍ସ ହାଇଦ୍ରାବାଦର ନିରାଶଜନକ ପ୍ରଦର୍ଶନ ଜାରି ରହିଛି। ଦଳ ପଏଣ୍ଟ ତାଲିକାର ନିମ୍ନରେ ରହିଛି। ପ୍ରଦର୍ଶନରେ ସୁଧାର କରି ବାକି ମ୍ୟାଚ୍ ଜିତିବା ଲକ୍ଷ୍ୟ ନେଇ ଫ୍ରାଞ୍ଚାଇଜି ଏକ ବଡ ନିଷ୍ପତ୍ତି ନେଇଛି। ଦଳ ଚଳିତ ସିଜିନ୍ର ବାକି ମ୍ୟାଚ୍ ପାଇଁ ନ୍ୟୁଜିଲାଣ୍ଡର ବରିଷ୍ଠ ଖେଳାଳି କେନ୍ ଓ୍ଵିଲିୟମସନଙ୍କୁ ଅଧିନାୟକ ଦାୟିତ୍ଵ ଦେଇଛି। ବର୍ତ୍ତମାନ ଯାଏଁ ଅଧିନାୟକ ଭାର ଡେଭିଡ ଓ୍ଵାର୍ଣ୍ଣରଙ୍କ ହାତରେ ଥିଲା। ଚଳିତ ସଂସ୍କରଣରେ ହାଇଦ୍ରାବାଦ ୬ଟି ମ୍ୟାଚ୍ରୁ ୫ଟିରେ ପରାସ୍ତ ହୋଇଛି। ଖୋଦ୍ ଡେଭିଡ୍ ଓ୍ଵାର୍ଣ୍ଣର ଅଧିନାୟକଭାର ଚାପରେ ହାତଖୋଲା ସର୍ଟ ମଧ୍ୟ ଖେଳି ପାରୁ ନାହାନ୍ତି। ସେ ରନ ପାଇଁ ସଂଘର୍ଷ କରୁଛନ୍ତି। ହାଇଦ୍ରାବାଦ ପାଖରେ ଇଂଲଣ୍ଡର ବିସ୍ଫୋରକ ବ୍ୟାଟସମ୍ୟାନ ଜାସନ ରୟଙ୍କ ମଧ୍ୟ ବିକଳ୍ପ ରହିଛି। ଆଗାମୀ କିଛି ମ୍ୟାଚ୍ରେ ରୟ ଦଳରେ ଡେଭିଡ୍ ଓ୍ଵାର୍ଣ୍ଣରଙ୍କ ସ୍ଥାନ ନେଇ ପାରନ୍ତି।