ରାଫେଲକୁ ନେଇ ମୁହଁ ଖୋଲିଲେ ଦସାଲଫ ସିଇଓ

ନୂଆଦିଲ୍ଲୀ, ୧୩/୧୧ : ରାଫେଲ ଚୁକ୍ତିକୁ ନେଇ ଶାସକ ଏବଂ ବିରିଧୀ ଦଳ ମଧ୍ୟରେ ଚାଲିଥିବା ବିବାଦ ମଧ୍ୟରେ ଲଢାକୁ ବିମାନ ପ୍ରସ୍ତୁତ କରୁଥିବା କମ୍ପାନୀ ଦସାଲଫ ଏଭିଏସନର ମୁଖ୍ୟ ଅଧିକାରୀ ଏରିକ ଟ୍ରୋପିୟର ଆଜି ମୁହଁ ଖୋଲିଛନ୍ତି । ଗଣ ମାଧ୍ୟମକୁ ଦେଇଥିବା ଏକ ବିଶେଷ ସାକ୍ଷାତକାରରେ ସେ ରାହୁଲ ଗାନ୍ଧୀଙ୍କ ସମସ୍ତ ଆରୋପକୁ ଖାରିଜ କରିଛନ୍ତି । ରାଫେଲ ଚୁକ୍ତିକୁ ନେଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଦ୍ୱାରା ଦିଆଯାଇଥିବା ସମସ୍ତ ବିବରଣୀକୁ ସେ ମିଥ୍ୟା ବୋଲି କହିଛନ୍ତି । କିଛି ଦିନ ପୂର୍ବରୁ ଫ୍ରାନ୍ସର ପୂର୍ବତନ ରାଷ୍ଟ୍ରପତି ଫ୍ରାନ୍‌ସୁଆ ଓଲାନ୍ଦ ଦସାଲଫ ଏବଂ ରିଲାଏନ୍ସ ମଧ୍ୟରେ ହୋଇଥିବା ଚୁକ୍ତିକୁ ନେଇ ଟ୍ରୋପିୟର ମିଛ କହୁଛନ୍ତି ବୋଲି ଅଭିଯୋଗ କରିଥିଲେ । ତେବେ ଏହାର ଜବାବରେ ଟ୍ରୋପିୟର କହିଛନ୍ତି, ମୁଁ ମିଥ୍ୟା କୁହେ ନାହିଁ । ପୂର୍ବରୁ ମଧ୍ୟ ସତ କହୁଥିଲି ଏବେ ମଧ୍ୟ କହୁଛି । ସେ ଆହୁରି ମଧ୍ୟ କହିଛନ୍ତି, ସେ ଭାରତ ସହ କାମ କରୁଛନ୍ତି, କୌଣସି ଗୋଟିଏ ଦଳ ପାଇଁ ନୁହେଁ । ଆମର କଂଗ୍ରେସ ଦଳ ସହ ଲମ୍ବା ସମୟର ଅନୁଭବ ରହିଅଛି । ୧୯୫୩ ମସିହାରେ ନେହେରୁଙ୍କ ସମୟରେ ଭାରତ ସହ ଆମର ପ୍ରଥମ ଚୁକ୍ତି ହୋଇଥିଲା । ଭାରତୀୟ ବାୟୁସେନାକୁ ଯୁଦ୍ଧ ବିମାନ ସପ୍ଲାଇ କରିବା ଆମ କାମ । ତେଣୁ କଂଗ୍ରେସ ଦ୍ୱାରା ଦିଆଯାଇଥିବା ଏଭଳି ବୟାନରେ ସେ ନିରାଶ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ରାଫେଲ ଚୁକ୍ତି ପାଇଁ ଅମ୍ବାନୀଙ୍କୁ ସେ ନିଜେ ବାଛିଛନ୍ତି । ରିଲାଏନ୍ସକୁ ଛାଡି ତାଙ୍କ ପାଖରେ ଅନ୍ୟ ୩୦ଟି କମ୍ପାନୀ ସହ ବୁଝାମଣା ରହିଛି । ଏହି ଚୁକ୍ତିରେ ଭାରତୀୟ ବାୟୁସେନା ଏଥିପାଇଁ ସମର୍ଥନ କରୁଛି । କାରଣ ଏବେ ସେନାରେ ଯୁଦ୍ଧ ବିମାନର ଆବଶ୍ୟକତା ରହିଛି । ବର୍ତ୍ତମାନ ବିମାନ ୯% ରିହାତିରେ ଅଣାଯାଉଛି । ୩୬ ଟି ରାଫେଲ ବିମାନର ଦାମ୍‌ ସେତିକି ରହିଛି ଯେତିକି ୧୮ ଟି ବିମାନ ପାଇଁ ଥିଲା । ୧୮ ର ଦୁଇଗୁଣ ୩୬ । ତେଣୁ ଏହାର ଦାମ୍‌ ମଧ୍ୟ ୨ ଗୁଣ ହେବା କଥା । କି;ୁ ଏହା ସରକାରୀ ମାମଲା ତେଣୁ ଆମକୁ ୯% ରିହାତିରେ ଦେବାକୁ ପଡିଥିଲା ।