ଶେଷ ହେଲା ବହୁଚର୍ଚ୍ଚିତ ବାହାକୁଦ ଫେରିଘାଟ ନିଲାମ

ମହାକାଳପଡ଼ା,୬ /୫: କେନ୍ଦ୍ରାପଡା ଜିଲ୍ଲା ମହାକାଳପଡ଼ା ବ୍ଲକର ପ୍ରମୁଖ ତଥା ବହୁଚର୍ଚ୍ଚିତ ବାହାକୁଦ ଫେରିଘାଟ ନିଲାମର ଅନ୍ତ ଘଟିଛି l ଏପ୍ରିଲ ମାସ ୨୨ ତାରିଖ ଦିନ ବ୍ଲକ ପ୍ରଶାସନ ଵିଧି ମୁତାବକ ଫେରିଘାଟ ନିଲାମ କରିଥିଲେ l ଯାହାକି ବିନୋଦ ବେହେରା ୩୦ ଲକ୍ଷ ୫୦ ହଜାର ୯୦୦ ଟଙ୍କା ଟଙ୍କା ଡାକି ନିଲାମ ହାସଲ କରିଥିଲେ l ମାତ୍ର ନିୟମାନୁଯାୟୀ ଡ଼ାକିଥିବା ସମୁଦାୟ ନିଲାମ ଟଙ୍କାର ୭୫% ଅର୍ଥ ରାଶି ଧାର୍ଯ୍ୟ ସମୟ ମଧ୍ୟରେ ଜମା କରିନପାରିବାରୁ ସମସ୍ୟା ଉପୁଜି ଥିଲା l ଯାହାନେଇ ନିଲାମ ପାଇଁ ଆବେଦନ କରି ଭାଗ ନେଇ ପାରିନଥିବା କିଛି ବ୍ୟକ୍ତି ନିଲାମର ବୈଧତା ନେଇ ପ୍ରଶ୍ନ ଉଠାଇ ଜିଲ୍ଲା ପ୍ରଶାସନକୁ ଅଭିଯୋଗ କରିଥିଲେ l ଅଭିଯୋଗ ମୁତାବକ ବିନୋଦ ବେହେରା ଙ୍କ ନିଲାମ ହାସଲକୁ ରଦ୍ଦ କରଯାଇ ପୁରୁଣା ଘାଟିଆ ଘାଟ ଚଳାଉଥିଲା ବେଳେ ବୁଧବାର ଦିନ ପଂଚାୟତ କାର୍ଯ୍ୟାଳୟରେ ଦ୍ୱିତୀୟ ଥର ନିଲାମ ଅନୁଷ୍ଠିତ ହୋଇଥିଲା l

ଏହି କାର୍ଯ୍ୟକ୍ରମରେ ବିଡ଼ିଓ ରାଉତ ଏବିଡ଼ିଓ କିରଣ କୁମାର ସାମଲ, ବିଏସଓ ତଥା ଦାୟିତ୍ୱ ନ୍ୟସ୍ତ ଜିପିଓ ସଂଗ୍ରାମ କେଶରୀ ବେଉରା, ଅତିରିକ୍ତ ତହସିଲଦାର ପ୍ରଦିପ କୁମାରସେଠି, ସରପଞ୍ଚ ସିପ୍ରା ମଣ୍ଡଳ ଓ ପଂଚାୟତ କାର୍ଯ୍ୟ ନିର୍ବାହୀ ଅଧିକାରୀ ମୃତ୍ଯୁଞ୍ଜୟ ରାଉତ ଆଦି ଉପସ୍ଥିତ ଥିଲେ l ପାଞ୍ଚ ଜଣ ନିଲାମରେ ଅଂଶ ଗ୍ରହଣ କରିଥିବା ବେଳେ ସଞ୍ଜୟ ଶୁକ୍ଲା ତାଙ୍କର ନିକଟତମ ପ୍ରତିଦ୍ବନନ୍ଦୀ ପ୍ରକାଶ ପରିଡାଙ୍କ ଠାରୁ ଅଧିକ ଭାବେ ସମୁଦାୟ ୩୨ ଲକ୍ଷ ଟଙ୍କାରେ ଘାଟ ନିଲାମ ହାତେଇଥିଲେ l ଧାର୍ଯ୍ୟ ସମୟ ମଧ୍ୟରେ ପଂଚାୟତ ରେ ଆବଶ୍ୟକ ପରିମାଣର ପଇସା ଦାଖଲ କରି ଶ୍ରୀଯୁକ୍ତ ଶୁକ୍ଲା ଘାଟ ନିଲାମ ହାସଲ କରିଛନ୍ତି l ଦେଖିବାକୁ ବାକି ରହିଲା ପଂଚାୟତ କର୍ତ୍ତୃପକ୍ଷ ଘlଟିଆଙ୍କ ଘାଟ ମାହାସୁଲ ଆଦାୟ ପ୍ରତି କି ପ୍ରକାର ଦୃଷ୍ଟି ରଖୁଛି l