ଆଜିକାଲି ସମସ୍ତେ ପ୍ରାୟ ଷ୍ଟ୍ରିଟ୍ ଫୁଡ୍ ଖାଇବାକୁ ପସନ୍ଦ କରୁଛନ୍ତି । ଷ୍ଟ୍ରିଟ୍ ଫୁଡ୍ରେ ଲୋକମାନେ ବେଶୀ ଗୁପଚୂପ, ମୋମୋ ଆଦି ଖାଇବାକୁ ବେଶୀ ପସନ୍ତ କରିଥାନ୍ତି । ଗୁପଚୂପ ବା ମୋମୋ ନାଁ ଶୁଣିଲେ କାହାର କାହାର ପାଟିରେ ନିଶ୍ଚୟ ପାଣି ଆସିଯାଉଥିବ । ହେଲେ ଆପଣ ଜାଣନ୍ତି କି ମୋମୋ, ଗୁପଚୂପ ଆଦି ଭଳି ଷ୍ଟ୍ରିଟ୍ ଫୁଡ୍ ଖାଇବା ସ୍ବାସ୍ଥ୍ୟ ପକ୍ଷେ କେତେ କ୍ଷତିକାରକ ହୋଇଥାଏ । ଏକ ଏକ ରିସର୍ଚ୍ଚରୁ ଏହା ଜଣାପଡିଛି ଯେ,ଗୁପଚୂପ, ମୋମୋ ଆଦି ଷ୍ଟ୍ରିଟ୍ ଫୁଡ୍ ଖାଇବା ଦ୍ବାରା ଆପଣ ଭୀଷଣ ଅସୁସ୍ଥ ମଧ୍ୟ ହୋଇପାରନ୍ତି ।
କେନ୍ଦ୍ରୀୟ ପର୍ଯ୍ୟଟନ ମନ୍ତ୍ରଣାଳୟ ଅଧିନରେ ଥିବା ଇନଷ୍ଟିଚ୍ୟୁଟ ଅଫ୍ ହୋଟେଲ ମ୍ୟାନେଜମେଣ୍ଟ କ୍ୟାଟେରିଂ ଆଣ୍ଡ୍ ନ୍ୟୁଟ୍ରିସନର ଏକ ରିସର୍ଚ୍ଚରେ ମୋମୋକୁ ନେଇ ଏଭଳି ଖବର ଆସିଛି । ରିସର୍ଚ୍ଚରୁ ଜଣାପଡିଛି ଯେ, ଷ୍ଟ୍ରିଟ୍ ଫୁଡ୍ରେ ମୋମୋ ସବୁଠୁ ବେଶୀ କ୍ଷତିକାରକ । ମୋମୋ ସହ ଏଥିରେ ଦିଆଯାଉଥିବା ରାଗ ଚଟ୍ଣୀ ଆମକୁ ଅସୁସ୍ଥ କରିଦେଇପାରେ । ମୋମୋ ଖାଇବା ଦ୍ବାରା ଶରୀର ମଧ୍ୟକୁ ଆବଶ୍ୟକତାରୁ ଅଧିକ ଦୂଷିତ ପାଣି ଏବଂ ଦୂଷିତ ଖାଦ୍ୟ ପଦାର୍ଥ ଯାଇଥାଏ । ଯାହା ଶରୀର ପାଇଁ କ୍ଷତିକାରକ ହୋଇଥାଏ । ଏହି ରିସର୍ଚ୍ଚ ଦିଲ୍ଲୀରେ ବିକ୍ରି କରାଯାଉଥିବା ଷ୍ଟ୍ରିଟ୍ ଫୁଡ୍କୁ ନେଇ କରାଯାଇଥିଲା । ଏହି ରିସର୍ଚ୍ଚରେ ମୋମୋ ବ୍ୟତୀତ ଗୁପଚୂପ , ସିଙ୍ଗଡା, କଚୋଡିକୁ ମଧ୍ୟ ସାମିଲ କରାଯାଇଥିଲା ।

ରିସର୍ଚ୍ଚରୁ ମୋମୋକୁ ନେଇ କ’ଣ ଜଣାପଡିଲା ତାହା ଜାଣନ୍ତୁ :
ମୋମୋ ପ୍ରସ୍ତୁତ କରିବା ପାଇଁ ବ୍ଲିଚିଂ ମଇଦାର ବ୍ୟବହାର କରାଯାଇଥାଏ । ଏହାସହ ଏଥିରେ ଅନ୍ୟ କେତେକ କେମିକାଲ୍ସ ମଧ୍ୟ ବ୍ୟବହାର ହୋଇଥାଏ ।
ମୋମୋରେ ମନୋସୋଡିୟମ୍ ଗ୍ଲୁଟାମେଟ ରହିଥାଏ । ଏହା ମନୁଷ୍ୟର ହାଡକୁ ଦୁର୍ବଳ କରିଦେଇଥାଏ । ଏହା ଦ୍ବାରା ସ୍ନାୟୁଗତ ସମସ୍ୟା ଓ ବୈଷମ୍ୟତା ମଧ୍ୟ ସୃଷ୍ଟି ହୋଇଥାଏ ।
ଏହାକୁ ପ୍ରସ୍ତୁତ କରିବା ପାଇଁ ବ୍ୟବହୃତ ହେଉଥିବା ପତ୍ରକୋବିକୁ ଠିକ୍ ରେ ରନ୍ଧା ଯାଇନଥାଏ । ଏହାସହ ଏହାର ଚଟଣୀ ଏତେ ମାତ୍ରାରେ ରାଗ ହୋଇଥାଏ ଯେ ଅର୍ଶ ଭଳି ରୋଗ ମଧ୍ୟ ହୋଇପାରେ ।
ଏଥିରେ ବେସିଲସ ସେରସ, କ୍ଲୋଷ୍ଟିଡିୟମ ପରଫ୍ରିଙ୍ଗେସ, ଷ୍ଟେଫିଲୋକୋକସ ଆରିୟସ ଏବଂ ସାଲ୍ମୋନେଲ ଭଳି ଜୀବାଣୁମାନ ରହିଥାନ୍ତି।
ଏହି ସବୁ ଜୀବାଣୁ ମିଶି ମୋମୋ ଖାଉଥିବା ବ୍ୟକ୍ତିର ଶରୀରରେ ଅନେକ ପ୍ରକାରର ରୋଗ ସୃଷ୍ଟି କରିଥାନ୍ତି।