ନୂଆଦିଲ୍ଲୀ,୧୨/୫: ଦେଶରେ ୨୪ ଘଣ୍ଟା ମଧ୍ୟରେ ୩ ,୪୮,୪୨୧ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୪,୨୦୫ ଜଣଙ୍କ ମୃତ୍ୟୁ ହୋଇଛି । ସଂକ୍ରମଣରେ ଆସୁଛି ସୁଧାର । ତଥାପି ଟଳିନି ଭୟ । ସ୍ଥିତି ଏବେ ଗମ୍ଭୀର ରହିଛି । ଗତ ଦୁଇ ଦିନ ହେବ କରୋନା ଗ୍ରାଫ ତଳମୁହାଁ ହୋଇ ରହିଛି । ସେହିପରି ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୨କୋଟି ୩୩ ଲକ୍ଷ ୪୦ ହଜାର ୯୩୮ ରେ ପହଞ୍ଚିଛି।