କରୋନା ଆକ୍ରାନ୍ତ ହେଲା ସିଂହ

ଜୟପୁର: ଜୟପୁର ଚିଡ଼ିଆଖାନାରେ ରହୁଥିବା ତ୍ରିପୁର ନାମରେ ଗୋଟାଏ ସିଂହ କୋଭିଡ୍‌-୧୯ ପଜିଟିଭ୍‌ ହୋଇଥିବା କଥା ବୁଧବାର ଦିନ ‘ଇଣ୍ଡିଆନ୍‌ ଭେଟ୍‌ରିନ୍ରି ରିସର୍ଚ ଇନ୍‌ଷ୍ଟିଚ୍ୟୁଟ୍‌’ର (ଆଇଭିଆର୍‌ଆଇ) ଅଧିକାରୀମାନେ କହିଛନ୍ତି।

ତ୍ରିପୁର, କୋଭିଡ୍‌-୧୯ ଆକ୍ରାନ୍ତ କରାଉଥିବା ‘ସାର୍ସ-କୋଭ୍-୨’ ପଜିଟିଭ୍‌ ହୋଇଥିବା ବେଳେ ଜୟପୁର ଚିଡ଼ିଆଖାନାର ଗୋଟାଏ କଲରାପତରିଆ, ଗୋଟାଏ ଧଳାବାଘ ଏବଂ ଗୋଟାଏ ସିଂହୀର ନମୁନା ରିପୋର୍ଟ ନେଗେଟିଭ୍ କି, ପଜିଟିଭ୍ ତାହା ଚିହ୍ନଟ କରାଯାଇ ପାରିନାହିଁ। ପୁଣି ଥରେ ସେମାନଙ୍କ ନମୁନା ସଂଗ୍ରହ କରାଯିବ ବୋଲି ‘ଆଇଭିଆର୍‌ଆଇ’ର ଯୁଗ୍ମ ନିର୍ଦେଶକ କେ ପି ସିଂହ କହିଛନ୍ତି।

ତିନୋଟି ସିଂହ, ତିନୋଟି ବ୍ୟାଘ୍ର ଏବଂ ଗୋଟାଏ କଲରାପତରିଆ ସମେତ ରାଜସ୍ଥାନର ରାଜଧାନୀ ଜୟପୁରସ୍ଥିତ ଏହି ଚିଡ଼ିଆଖାନାରୁ ୧୩ଟି ଜନ୍ତୁଙ୍କ ନମୁନା ସଂଗ୍ରହ କରାଯାଇଥିଲା।