କଳାହାଣ୍ଡି,୧୬ /୫ : କଳାହାଣ୍ଡି ଜିଲ୍ଲା ବିଶ୍ଵନାଥ ପୁର ଅଂଚଳ କୁଚେଇଜ୍ୱର ଗାଁ ର ଶରତ ଦାଶଙ୍କ ଛେଳି ଗୋଟିଏ ଆଠ ଗୋଡିଆ ଛେଳି ଛୁଆ ଜନ୍ମ ଦେବା ଘଟଣା ଅଂଚଳରେ ଚର୍ଚ୍ଚାକୁ ଆସିଛି l ମା ଛେଳି ଟି ଗୋଟିଏ ମୁଣ୍ଡ ଓ ଆଠଟି ଗୋଡ଼ ଥିବା ଏକ ଅଦ୍ଭୁତ ଛୁଆ ଜନ୍ମ ଦେବାର କିଛି ସମୟ ପରେ ଶାବକଟି ମରିଯାଇଥିଲା l ମାତ୍ର ଆଖ ପାଖ ଅଂଚଳରେ ଏହି ଖବର ବ୍ୟାପି ଯିବାରୁ କରୋନା ଲକ ଡାଉନ ଭୁଲି ଲୋକେ ଛେଳି ଛୁଆ ଦେଖିବାକୁ ଭିଡ଼ ଜମlଉଥିବାର ଜଣାପଡିଛି l ସ୍ଥାନୀୟ ପ୍ରାଣୀ ବିଶେଷଜ୍ଞ ମାନେ କାହିଁକି ଓ କେଉଁ ପରିସ୍ଥିତିରେ ଛେଳିଟି ଏଭଳି ଶାବକ ଜନ୍ମ ଦେବା ନେଇ ଅନୁସନ୍ଧାନ ଜାରି ରଖିଛନ୍ତି l