ରାଜ୍ୟରେ ଆଜି ୧୧,୦୯୯ କରୋନା ସଂକ୍ରମିତ ଚିହ୍ନଟ : ଖୋର୍ଦ୍ଧାରୁ ସର୍ବାଧିକ ୧୪୬୦

ଭୁବନେଶ୍ୱର,୧୯ /୫ : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୧,୦୯୯ ଜଣ ନୂଆ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେମାନଙ୍କ ମଧ୍ୟରୁ ସଂଗରୋଧରୁ ୬,୨୧୪ ଏବଂ ସ୍ଥାନୀୟ ସଂକ୍ରମିତ ୪,୮୮୫ ରହିଛନ୍ତି। ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲାରୁ ସର୍ବାଧିକ ୧୪୬୦ ଜଣଙ୍କୁ ଚିହ୍ନଟ କରାଯାଇଛି। ସୁନ୍ଦରଗଡରୁ ୯୮୩ ଏବଂ କଟକ ଜିଲାରୁ ୮୬୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି।

୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ସୁନ୍ଦରଗଡରୁ ୯୮୩, କଟକ ଜିଲାରୁ ୮୬୭ ଜଣ,ଅନୁଗୁଳ ଜିଲାରୁ ୫୫୨, ବାଲେଶ୍ୱର ୪୦୮, ବରଗଡ ୩୩୯, ଭଦ୍ରକ ୪୩୧, ବଉଦ ୨୧୩, ଦେବଗଡ ୧୦୭, ଢେଙ୍କାନାଳ ୧୬୨, ଗଜପତି ୮୨, ଗଞ୍ଜାମ ୧୯୬, ଜଗତସିଂହପୁର ୩୦୨, ଯାଜପୁର ୩୭୮, ଝାରସୁଗୁଡା ୩୦୭, କଳାହାଣ୍ଡି ୨୯୯ ଏବଂ କନ୍ଧମାଳ ଜିଲାରୁ ୮୮ ଜଣ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ସେହିଭଳି କେନ୍ଦ୍ରାପଡାରୁ ୧୫୬, କେନ୍ଦୁଝର ୧୬୫, କୋରାପୁଟ ୨୮୦, ମାଲକାନଗିରି ୧୦୨, ମୟୁରଭଞ୍ଜ ୫୦୭, ନବରଙ୍ଗପୁର ୩୫୧, ନୟାଗଡ ୨୭୭, ନୂଆପଡା ୨୩୨, ପୁରୀ ୩୫୬, ରାୟଗଡା ୧୭୦, ସମ୍ବଲପୁର ୫୪୭, ସୋନପୁର ୨୫୨ ଏବଂ ଷ୍ଟେଟ ପୁଲରୁ ୨୪୨ ଜଣଙ୍କୁ ଚିହ୍ନଟ କରାଯାଇଛି। ରାଜ୍ୟରେ ଏପର୍ଯ୍ୟନ୍ତ ମୋଟ ୧୧୦୫୮୩୮୬ ନମୁନା ପରୀକ୍ଷା କରାଯାଇସାରିଥିବାବେଳେ ସେଥିମଧ୍ୟରୁ ୬୪୪୪୦୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିଲେ। ସଂକ୍ରମିତଙ୍କ ମଧ୍ୟରୁ ୫୩୬୫୯୫ ଜଣ ଆରୋଗ୍ୟ ଲାଭ କରିସାରିଛନ୍ତି। ଫଳରେ ରାଜ୍ୟରେ ୧୦୫୩୭୫ ଜଣ ସକ୍ରିୟ କରୋନା ସଂକ୍ରମିତ ଥିବା ଜଣାଯାଇଛି।