ମହିଳା ଭାଙ୍ଗିଲେ ଲକ୍ଷାଧିକ ଟଙ୍କାର ବିଦେଶୀ ମଦ ବୋତଲ

ନବରଙ୍ଗପୁର,୨୦/୫: ନବରଙ୍ଗପୁର ଜିଲ୍ଲାରେ କୋରନାର ଭୟାବହତା ଭିତରେ ବିଦେଶୀ ମଦ ଦୋକାନକୁ ବିରୋଧ କାରାଯାଇଛି । ଗାଁ ଭିତରେ ବିଦେଶୀ ମଦ ଦୋକାନ ଖୋଲାକୁ ନେଇ ଗ୍ରାମର ଶତାଧିକ ମହିଳା ଓ ପୁରୁଷ ତାତିଛନ୍ତି। ପେଟି ପେଟି ମଦ ଦୋକାନ ଭିତରୁ ଆଣି ବିଚ ରାସ୍ତାରେ ଭାଙ୍ଗି ଦେଇଛନ୍ତି ଗ୍ରାମବାସୀ l

ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ଅନ୍ତର୍ଗତ ସନ୍ତୋଷପୁର ଠାରେ ଥିବା ବିଦେଶୀ ମଦ ଦୋକାନକୁ ବନ୍ଦ କରିବାକୁ ନେଇ ସନ୍ତୋଷପୁର ଗ୍ରାମବାସୀ ଅନେକ ଥର ପ୍ରଶାସନ ନିକଟରେ ଦାବି କରି ଆସୁଥିଲେ l ଜିଲ୍ଲା ପ୍ରଶାସନ ୧୫ ଦିନ ମଧ୍ୟରେ ନିଷ୍ପତ୍ତି ନେବ ବୋଲି ପ୍ରତିଶୃତି ଦେଇଥିଲା l କିନ୍ତୁ ପ୍ରଶାସନର ପ୍ରତିଶ୍ରୁତିର ଅବଧି ସରି ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ବିଦେଶୀ ମଦ ଦୋକାନ ବନ୍ଦ ନକରିବାରୁ ଆଜି ଗ୍ରାମର ଶତାଧିକ ପୁରୁଷ- ମହିଳା ବିଦେଶୀ ମଦ ଦୋକାନ ଭିତରେ ପଶି ମଦ ସବୁ କାଢି ଆଣି ଭଙ୍ଗାରୁଜା କରିଛନ୍ତି।