କରେଣ୍ଟ ଲାଗି ଦନ୍ତା ମୃତ

ଅନୁଗୁଳ, ୧୪/୧୧: ନିକଟରେ ଅନୁଗୋଳ ଜିଲ୍ଲାରେ ୭ ହାତୀଙ୍କ ମୃତୁ୍ୟକୁ ନେଇ ନାନା ହଟଚମଟ ଓ ବାଦବିବାଦର ସୂତ୍ରପାତ୍ର ଓ ସେସୁକୁ ଅର୍ଥଦଣ୍ଡର ସାମ୍ନା କରିବା ପରେ ପୁଣି ଏକ ଅଭାବନୀୟ ଘଟଣା ଘଟିଛି । ମଙ୍ଗଳବାର ରାତିରେ ପୁଣି ଅନୁଗୋଳ ଜିଲ୍ଲା ଆଠମଲ୍ଲିକ ସବ୍‌-ଡିଭିଜନର ହଣ୍ଡପା ରେଞ୍ଜ୍‌ ହେମାମିରା ଗାଁ ଧାନ ବିଲରେ ଏକ ଦନ୍ତାହାତୀର ମୃତୁ୍ୟ ହୋଇଥିବା ଜଣାପଡ଼ିଛି । ହାତୀଟି ବଦୁ୍ୟତ୍‌ ଆଘାତରେ ମୃତୁ୍ୟବରଣ କରିଥିବା ଓ ତା’ର ବୟସ ୧୦ରୁ ୧୧ ବର୍ଷ ମଧ୍ୟରେ ହେବ ବୋଲି ଜଣାପଡ଼ିଛି । ।ତୀଟି ଧାନଫସଲ ଖାଇବାକୁ ବଣରୁ ବିଲକୁ ଗଡ଼ିଥିବା ବେଳେ ଉକ୍ତ ବିଲ ଚାରିପଟେ ଘେରା ଯାଇଥିବା ବିଜୁଳି ପ୍ରବାହିତ ତାର ସଂସ୍ପର୍ଶରେ ଆସି ମୃତୁ୍ୟବରଣ କରିଥିଲା । ଖବରପାଇ ରେଞ୍ଜର୍‌ ଚୈତନ୍ୟ ବେହେରା ଘଟଣାସ୍ଥଳରେ ପହଞ୍ଚି ହାତୀ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଇ ତଦନ୍ତ ଜାରି ରଖିଛନ୍ତି ।