ଭାଇ ବାହାଘରରେ ମହିଳା ତହସିଲଦାରଙ୍କ ରେକର୍ଡ ଡ୍ୟାନ୍ସ ନାଚ, କୋଭିଡ୍ ନିୟମକୁ ଫୁ

ଜଗତସିଂହପୁର,୨୩/୫ : ରାଜ୍ୟ ସରକାର ଲକଡାଉନ୍ ଓ ସପ୍ତାହନ୍ତ ସଟଡାଉନ୍ ଆଦି କଟକଣା ଲାଗୁ କରିବା ସହ ବିବାହ, ଭୋଜି ଓ ସାମାଜିକ କାର୍ଯ୍ୟକ୍ରମ ଆଦିକୁ ସମ୍ପୁର୍ଣ୍ଣ ବାରଣ କରାଯାଇଛି। ଏହାର ତଦାରଖ ପାଇଁ ପୋଲିସ ଓ ପ୍ରଶାସନିକ ଅଧିକାରୀ ମାନେ ଲାଗି ପଡ଼ିଛନ୍ତି। କିନ୍ତୁ ଖୋଦ୍ ଜଣେ ପ୍ରଶାସନିକ ଅଧିକାରୀ ଏହାକୁ ଅବମାନନା କରୁଥିବା ଦେଖିବାକୁ ମିଳିଛି।

ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ ଜଗନ୍ନାଥପୁର ଅଞ୍ଚଳରେ ଜଣେ ତହସିଲଦାର ବାହାଘର ପ୍ରୋସେସନରେ ନାଚୁ ଥିବାର ଜଣାପଡିଛି । ଏହି ତହସିଲଦାର ଜଣଙ୍କ ହେଉଛନ୍ତି ସୁକିନ୍ଦା ତହସିଲଦାର ବୁଲବୁଲ୍ ବେହେରା । ସୂଚନା ମୁତାବକ ଗତ ୧୨ ତାରିଖ ଦିନ ସେ ତାଙ୍କ ଭାଇ ବାହାଘର ଅବସରରେ ଜଗତସିଂହପୁର ତିର୍ତୋଲ ଅଞ୍ଚଳକୁ ବରଯାତ୍ରୀ ଯାଇଥିଲେ। ତେବେ ସେଠାରେ ସେ ଅନ୍ୟମାନଙ୍କ ସହିତ ମିଶି ନାଚୁ ଥିବା ଭିଡ଼ିଓରେ ଦେଖିବାକୁ ମିଳିଛି। ପୁଣି ନାଚ ସମୟରେ କେତେବେଳେ ମାସ୍କ ପିନ୍ଧିଛନ୍ତି ତ ଆଉ କେତେବେଳେ ବିନା ମାସ୍କରେ ନାଚୁଛନ୍ତି । ତେଣୁ ପ୍ରଶାସନିକ ଅଧିକାରୀମାନେ କରୋନା ମହାମାରୀ ତଦାରଖ କରିବା ପରିବର୍ତ୍ତେ ନିଜ ଭାଇଙ୍କ ବିବାହ ଭୋଜିରେ ନିୟମ ଭଙ୍ଗ କରୁଛନ୍ତି ।