ସ୍କୁଲ ବସର ରଙ୍ଗ କ’ଣ ପାଇଁ ହୋଇଥାଏ ହଳଦିଆ, ଜାଣନ୍ତୁ କାରଣ…

ବିଦ୍ୟାଳୟ ପିଲାମାନଙ୍କୁ ପରିବହନ ପାଇଁ ସାଧାରଣତଃ ହଳଦିଆ ବସ୍ ବ୍ୟବହାର କରାଯାଉଥିବା ଆମେ ଦେଖିଛେ। ହେଲେ କାହିଁକି ଶିକ୍ଷାନୁଷ୍ଠାନରେ ହଳଦିଆ ବସର ବ୍ୟବହାର ହୋଇଥାଏ। ଏହାର କରାଣ କଣ। ଏହାପଛରେ କଣ ରହିଛି ରହସ୍ୟ ।

୧୯୦୦ ଶତାବ୍ଦୀରେ ଉତ୍ତର ଆମେରିକାରେ ବିଦ୍ୟାଳୟ ପାଇଁ ପ୍ରଥମ ବିଶ୍ୱବ୍ୟାପୀ ସ୍ୱତନ୍ତ୍ର ଟ୍ରେନ୍ ବ୍ୟବହୃତ ହୋଇଥିଲା। ସେହି ସମୟରେ କୌଣସି ମୋଟର ଯାନ ନ ଥିବାରୁ ଘୋଡା ଗାଡିଗୁଡି ଦ୍ବାରା ପିଲାମାନେ ସ୍କୁଲକୁ ଯିବା ପାଇଁ ବ୍ୟବହାର କରୁଥିଲେ।

ବିଂଶ ଶତାବ୍ଦୀର ପ୍ରାରମ୍ଭରେ, ଘୋଡ ଗାଡିର ବଳଳରେ ମୋଟର ଗାଡ଼ି ବ୍ୟବହାର ହେଲା। ଏହି ମଟୋର ଗାଡ଼ିଗୁଡିକ କାଠ ଏବଂ ଧାତୁରେ ନିର୍ମିତ ହୋଇଥିଲା। ସେମାନଙ୍କୁ ଅନ୍ୟ ମୋଟର ଯାନଠାରୁ ଭିନ୍ନ କରିବା ପାଇଁ କମଳା କିମ୍ବା ହଳଦିଆ ରଙ୍ଗ ଦିଆଯାଇଥିଲା।

୧୯୩୯ ମସିହାରେ ପ୍ରଥମେ ହଳଦିଆ ରଙ୍ଗର ବସ୍ ବ୍ୟବହାର ହୋଇଥିଲା । ଏହା ଆରମ୍ଭ ଉତ୍ତର ଆମେରିକାର ଏକ ସରକାରୀ ବିଦ୍ୟାଳୟରେ ହୋଇଥିଲା। ଭାରତ, ଆମେରିକା ଏବଂ କାନାଡା ସମେତ ବିଶ୍ବର ଅନେକ ଦେଶରେ ସ୍କୁଲ ବସ୍ ମଧ୍ୟ ହଳଦିଆ ରହିଥିବା ନଜିର ଅଛି। ବର୍ତ୍ତମାନ ଏହି ରଙ୍ଗର ବସ୍ ସ୍କୁଲ ବସର ପରିଚୟ ପାଲଟିଛି।

ସ୍କୁଲ ବସ୍ ରଙ୍ଗ ହଳଦିଆ ରଙ୍ଗର ପଛରେ କିଛି ବୈଜ୍ଞାନିକ ଏବଂ ସୁରକ୍ଷା କାରଣ ରହିଛି। ୧୯୩୦ ମସିହାରେ ଯୁକ୍ତରାଷ୍ଟ୍ର ଆମେରିକାରେ କରାଯାଇଥିବା ଏକ ଅନୁସନ୍ଧାନରୁ ଏହା ପ୍ରମାଣିତ ହେଇଛି ଯେ, ହଳଦିଆ ରଙ୍ଗ ଅନ୍ୟମାନଙ୍କ ଅପେକ୍ଷା ଶୀଘ୍ର ଆଖିରେ ଦେଖାଯାଏ ଏବଂ ବାକି ରଙ୍ଗ ମଧ୍ୟରେ ମନୁଷ୍ୟର ଧ୍ୟାନ ପ୍ରଥମେ ହଳଦିଆ ଉପରେ ଥାଏ। ବୈଜ୍ଞାନିକଙ୍କ କହିବା ଅନୁଯାୟୀ, ହଳଦିଆରେ ବାକି ତୁଳନାରେ ୧.୨୪ ଗୁଣ ଅଧିକ ଆକର୍ଷଣ ରହିଛି। ସୁରକ୍ଷା ପାଇଁ ସ୍କୁଲ ବସର ରଙ୍ଗ ମଧ୍ୟ ହଳଦିଆ ରଙ୍ଗରେ ରଖାଯାଏ, କାରଣ ବିଶ୍ୱାସ କରାଯାଏ ଯେ ବସଟି ହଳଦିଆ ରଙ୍ଗ ଯୋଗୁଁ ଦୂରରୁ ଦେଖାଯାଏ। ହଳଦିଆ ବସ୍ ବର୍ଷା, ରାତି, ଦିନ କିମ୍ବା କୁହୁଡ଼ି ସହଜରେ ଦୃଶ୍ୟମାନ ହୁଏ। ଏହି କାରଣରୁ ଦୁର୍ଘଟଣାର ସମ୍ଭାବନା ବହୁତ କମ୍ ଥାଏ ।