ଆଜି ୩ ଜିଲ୍ଲାରେ ଟିକାକରଣ ବନ୍ଦ

ଭୁବନେଶ୍ୱର: ଶୁକ୍ରବାରଠୁ ପୁଣି ଟିକାକରଣ ଜୋର୍‌ ଧରିବ । ବାତ୍ୟାରେ ବେଶି ପ୍ରଭାବିତ ବାଲେଶ୍ୱର, ଜଗତସିଂହପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାକୁ ଛାଡ଼ି ସବୁଠି ଟିକାକରଣ ହେବ । ୬୭୪ କେନ୍ଦ୍ରରେ ଶୁକ୍ରବାର ଟିକା ଦେବାକୁ ଯୋଜନା ରହିଥିବା ବେଳେ ଗୁରୁବାର ଟିକା ନେଇଛନ୍ତି ୯୯ ହଜାର ୬୩୭ ଜଣ । ୫୩ ଜଣ ସ୍ୱାସ୍ଥ୍ୟକର୍ମୀ ପ୍ରଥମ ଡୋଜ୍‌ ଓ ୨୦୭ ଜଣ ଦ୍ୱିତୀୟ ଡୋଜ୍‌ ନେଇଛନ୍ତି ।

୮୨୯ ସମ୍ମୁଖ ଯୋଦ୍ଧା ପ୍ରଥମ ଡୋଜ୍‌ ଟିକା ନେଇଛନ୍ତି । ୪୭୦ ଜଣ ଦ୍ୱିତୀୟ ଡୋଜ୍‌ ନେଇଛନ୍ତି । ୧୮-୪୪ ବର୍ଷ ବୟସର ୭୨ ହଜାର ୮୮୦ ଜଣ ଟିକା ନେଇଥିବା ଜଣାପଡ଼ିଛି । ୪୫ ବର୍ଷରୁ ଅଧିକ ବୟସ ବର୍ଗର ୨୦ହଜାର ୯୬୩ ଜଣ ପ୍ରଥମ ଡୋଜ୍‌ ଓ ୪୧୩୫ ଜଣ ଦ୍ୱିତୀୟ ଡୋଜ୍‌ ନେଇଛନ୍ତି ।