ନୂଆଦିଲ୍ଲୀ,୩୧/୫ : ବିଶ୍ୱ ମାଦକଦ୍ରବ୍ୟ ନିଷେଧ ଦିବସ ଅବସରରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି, ଭାରତରେ ପ୍ରତ୍ୟେକ ଦିନ ୩ ହଜାର ୫୦୦ରୁ ଅଧିକ ଲୋକ ମାଦକଦ୍ରବ୍ୟ ଯୋଗୁଁ ମୃତ୍ୟୁ ବରଣ କରୁଛନ୍ତି। ସେ କହିଛନ୍ତି, ମାଦକଦ୍ରବ୍ୟ ଜନିତ ମୃତ୍ୟୁ ଏବଂ ରୋଗ ତଥା ଏହାର ପ୍ରଭାବରେ ଦେଶର ଅର୍ଥନୀତି ମଧ୍ୟ କ୍ଷତିଗ୍ରସ୍ତ ହେଉଛି। ସେହିପରି ଧୂମପାନ କରୁଥିବା ବ୍ୟକ୍ତିମାନେ ୪୦ରୁ ୫୦ ପ୍ରତିଶତ କୋଭିଡରେ ସଂକ୍ରମିତ ହେବାର ସମ୍ଭାବନା ଅଧିକ ରହିଛି।
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟକୁ ଉଦ୍ଧାର କରି ସେ କହିଛନ୍ତି, ଭାରତରେ ପ୍ରତ୍ୟେକ ବର୍ଷ ମାଦକ ଦ୍ରବ୍ୟ ଜନିତ ମୃତ୍ୟୁ ଯୋଗୁଁ ଦେଶ ଉପରେ ମୋଟ୍ ଅଭିବୃଦ୍ଧିର ୧ ପ୍ରତିଶତ କ୍ଷତି ଘଟୁଛି। ସେ କହିଛନ୍ତି, ଏବେ ଦେଶରେ ମାଦକଦ୍ରବ୍ୟ ବ୍ୟବହାର ୬ ପ୍ରତିଶତ ହ୍ରାସ ପାଇଛି। ୨୦୦୯-୧୦ରେ ଏହା ୩୪.୬ ଥିବା ବେଳେ ୨୦୧୬-୧୭ରେ ଏହିହାର ୨୮.୬ ପ୍ରତିଶତ ରହିଥିଲା।