ନୂଆଦିଲ୍ଲୀ: ରାମନଗରୀ ଅଯୋଧ୍ୟାରେ ଥିବା ସମସ୍ତ ମନ୍ଦିର ମଠ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲା ଯାଇଛି। କରୋନା କଟକଣା ମଧ୍ୟରେ ସମସ୍ତ ଧାର୍ମିକ ଅନୁଷ୍ଠାନ ଖୋଲା ଯାଇଥିବା ବେଳେ ଭକ୍ତଙ୍କ ପ୍ରବେଶ ପାଇଁ କିଛି ନିୟମ ଲାଗୁ କରିଛି ପ୍ରଶାସନ। ମନ୍ଦିରକୁ ଏକା ସମୟରେ ୫ ଜଣ ଭକ୍ତ ପ୍ରବେଶ କରିବାକୁ ଅନୁମତି ରହିଛି। ସେହିପରି ବାହାର ରାଜ୍ୟର ସାଧୁ ସନ୍ଥ ମାନେ ବିନା ଟିକାରେ ଅଯୋଧ୍ୟା ନଆସିବାକୁ କୁହାଯାଇଛି। ମଙ୍ଗଳବାର ମନ୍ଦିର ଖୋଲିବା ପରେ ହନୁମାନଗଢ଼ିରେ ବଜରଙ୍ଗବାଲୀଙ୍କ ଦର୍ଶନ ପାଇଁ ଭକ୍ତଙ୍କ ଲମ୍ବା ଲାଇନ୍ ଲାଗିଥିବାର ଦେଖିବାକୁ ମିଳିଥିଲା । ଉତ୍ତର ପ୍ରଦେଶରେ କରେନା ସଂକ୍ରମଣରେ ବ୍ରେକ୍ ଓ ସୁସ୍ଥ ହାର ବୃଦ୍ଧି ହେବା ପରେ ଶ୍ରଦ୍ଧାଳୁଙ୍କ ପାଇଁ ମଠ ମନ୍ଦିର ଖୋଲା ଯାଇଛି।
ଏଥିସହିତ ବାହାର ରାଜ୍ୟରୁ ଯଦି ଶ୍ରଦ୍ଧାଳୁ ଅଯୋଧ୍ୟା ଆସନ୍ତି ତେବେ ସାଥିରେ କୋଭିଡ ନେଗେଟିଭ ରିପୋର୍ଟ ଆଣିବାକୁ ପଡ଼ିବ। ତାହା ପୁଣି ୭୨ ଘଣ୍ଟା ଭିତରେ ହୋଇଥିବାର ଅଛି। ଆଉ ସମସ୍ତ ଶ୍ରଦ୍ଧାଳୁ କରୋନା ଗାଇଡଲାଇନ୍ ମାନି ମନ୍ଦିର ଆସିବାକୁ ପ୍ରଶାସନ ମଧ୍ୟ ଅନୁରୋଧ କରିଛି। ଅନ୍ୟପଟେ ହନୁମାନଗଢ଼ୀର ମହନ୍ତ ରାଜୁ ଦାସ ପ୍ରଶାସନକୁ ଧନ୍ୟବାଦ ଜଣାଇଛନ୍ତି।