ଅବାଧରେ ଚାଳିଛି କଇଁଛ ଶିକାର, ନିରବ ଦଷ୍ଟା ସାଜିଛି ବନ ବିଭାଗ

କେନ୍ଦ୍ରାପଡ଼ା,୪ /୬ : କେଦ୍ରାପଡା ଜିଲ୍ଲା ମହାକାଳପଡ଼ା ବନାଞ୍ଚଳ କାର୍ଯ୍ୟାଳୟରୁ ମାତ୍ର ୧୦୦ମିଟର ଦୂରରେ ଗୁରୁବାଇ ଏକ ଅଭାଵନିୟ ଦୃଶ୍ୟ ଦେଖିବାକୁ ମିଳିଛି l ସୂଚନାରୁ ପ୍ରକାଶ, ମହାକାଳପଡ଼ା ବନବିଭାଗ କାର୍ଯ୍ୟାଳୟରୁ ମାତ୍ର କେଇଫୁଟ ଦୂରତାରେ ଦୁଇଜଣ ଯୁବକ ୪ ରୁ ୫ଗୋଟି କଇଁଛକୁ ମାରି ତାର ମାଂସକୁ କlଟୁଥିବାର ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଘୁରିବୁଲିଛି l ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟ ଓ ମହାକାଳପଡ଼ା ବନ ବିଭାଗର ଅଂଚଳ ଗୁଡିକରେ ଏହି ପ୍ରଜାତୀୟ କଇଁଛଗୁଡିକ ଦେଖା ଯାଇଥାନ୍ତି lଏହି ପ୍ରଜାତୀୟ କଇଁଛଗୁଡିକୁ ଶିକାର କରିବା ଆଇନତଃ ଅପରାଧ ବୋଲି ବନବିଭାଗ ବିବେଚନା କରିଥାଏ ଲ ଏହି ବନ୍ୟପ୍ରାଣୀ ଗୁଡିକୁ ସିଡୁଲ-୨ ପାର୍ଟ-୧ ରେ ଶେଣୀ ଭୁକ୍ତ କରାଯାଇଛି l ଏମାନଙ୍କର ବଂଶ ଏବେ ବିପଦରେ,ତେବେ ବ୍ଲକ ଅଂଚଳର ନଦୀ ନାଳ, ପୋଖରୀ ଆଦି ଅଞ୍ଚଳରେ ଏମାନେ ବସ ବାସ କରିଥାନ୍ତି l ତେବେ କିଛି ଅସାଧୁ ବ୍ୟବସାୟୀମାନେ ଏମାନଙ୍କୁ ଧରି କେଜି ପିଛା ୩୦୦ ରୁ ୫୦୦ ଟଙ୍କାରେ ବିକ୍ରୀ କରିଥାନ୍ତି l

ଆହୁରି ମଧ୍ୟ ନଦୀ ପଥରେ ପଡୋଶୀ ରାଜ୍ୟ ପଶ୍ଚିମବଙ୍ଗଳା ଆଦି ସ୍ଥାନକୁ ଚାଲାଣ କରୁଥିବାର ନଜିର ରହିଛି l ବନବିଭାଗ କାଯ୍ୟାଳୟର ଅନତୀଦୂରରେ କଇଁଛକୁ ମାରି ମାଂସ ବିକ୍ରି ପାଇଁ ମସୁଧା ଚାଲୁ ଥିବା ବେଳେ ବିଭାଗୀୟ କର୍ମଚାରୀ କିପରି ଜାଣି ପାରୁନି ତାହାକୁ ନେଇ ଏବେ ଉଠିଛି ପ୍ରଶ୍ନ l ଏନେଇ ମହାକାଳପଡ଼ା ରେଞ୍ଜର ସାହlଜି ଚରଣ ବିଶ୍ୱାଳଙ୍କୁ ଗଣମାଧ୍ୟମ ପ୍ରତିନିଧି ଯୋଗା ଯୋଗ କରିଥିଲେ ମଧ୍ୟ ସେ ଫୋନ ଉଠାଇ ନ ଥିଲେ l ଅପର ପକ୍ଷେ ଏନେଇ ପରିବେଶ ବିତ ସମରେନ୍ଦ୍ର ମlହାଳି କୁହନ୍ତି ଏହି ପ୍ରଜାତୀୟ ମାନଙ୍କର କଇଁଛ ସାଧାରଣତଃ ଜୁନ ମାସରେ ମିଳନ ପକ୍ରିୟା ଆରମ୍ଭ ହୋଇଥାଏ l ବନ୍ୟ ଜୀବମାନଙ୍କ ମିଳନ ପୂର୍ବରୁ ଦୁବୁର୍ତ୍ତ ମାନଙ୍କ ହାତରେ ମୃତ୍ୟୁ ଘଟୁଛି l ବେଳ ଥାଉ ଥାଉ ଯଦି ବନ ବିଭାଗ ଏମାନଙ୍କର ସୁରକ୍ଷା ପ୍ରତି ଦୃଷ୍ଟି ନ ଦିଏ ତେବ ଆଗାମୀ ଦିନ ମାନଙ୍କରେ ଏମାନଙ୍କ ବଂଶ ବିଲୋପ ଘଟିବ lଏମାନଙ୍କ ପାଇଁ ସରକାରଙ୍କ ବନବିଭାଗ ସ୍ୱତନ୍ତ ଆଇନ ବ୍ୟବସ୍ଥା କରିଛନ୍ତି l କିନ୍ତୁ ଆଇନକୁ ବିଭାଗୀୟ କର୍ମଚାରୀମାନଙ୍କ ପକ୍ଷରୁ କାର୍ଯ୍ୟକାରୀ କରାଯାଉନଥିବା ବିଶେଷ ଦୁଃଖର ବିଷୟ ପାଲଟିଛି l