ଡାକ୍ତରଙ୍କ ନୋଟିସ୍‌ର କିଛି ଦମ ନାହିଁ : ରାମଦେବ

ନୂଆଦିଲ୍ଲୀ,୮।୬: ଯୋଗ ଗୁରୁ ରାମଦେବ ଏବଂ ଡାକ୍ତରୀ ସଂଘ ମଧ୍ୟରେ ବିବାଦ ଥମୁନାହିଁ । ଏଲୋପାଥି ବିରୋଧରେ ତାଙ୍କ ଟିପ୍ପଣୀକୁ ନେଇ ଏକ ଡାକ୍ତରୀ ସଂଘ ଦ୍ଵାରା ଜାରି ଆଇନ ନୋଟିସ୍ ଉପରେ ଜବାବ ଦେଇ ରାମଦେବ କହିଛନ୍ତି, ଏଥିରେ କୌଣସି ଦମ୍ ନାହିଁ। ଏହା ଅଧୁରା ସୂଚନା ଏବଂ ଏକ ଘଣ୍ଟା ଲମ୍ବା ଭିଡିଓର ଏକ ଛୋଟ ଅଂଶକୁ ନେଇ ଆଧାରିତ। ରାମଦେବ କହିଛନ୍ତି, ତାଙ୍କ ଟିପ୍ପଣୀକୁ ଅନ୍ୟ ଅର୍ଥରେ ବୁଝାଯାଉଛି। ସେ କେବଳ ପ୍ରୟୋଗାତ୍ମକ ଚିକିତ୍ସାର ଅତ୍ୟଧିକ ଉପଯୋଗ ଉପରେ ପ୍ରଶ୍ନ ଉଠାଇଥିଲେ।