ସୋର: ନାବାଳିକାକୁ ପ୍ରେମ ନିବେଦନ ବିଫଳ ହେବାରୁ ଭୁଜାଲି ଆକ୍ରମଣ । ଟିଉସନ ଯାଉଥିବା ବେଳେ ନବମ ଶ୍ରେଣୀ ଝିଅକୁ ଯୁବକଙ୍କ ଆକ୍ରମଣ । ନାବାଳିକାକୁ ଗୁରୁତର ଅବସ୍ଥାରେ ମେଡ଼ିକାଲରେ ଭର୍ତି କରାଯାଇଛି ।
ସୂଚନାନୁସାରେ, ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ତୁଟ ଗାଁରେ ଏହି ଘଟଣା ଘଟିଛି । ଗୁରୁବାର ସକାଳ ଟିଉସନ ଯାଉଥିବା ସମୟରେ ତୁଟପଦା ଛକରେ ଜଗି ବସିଥିବା ସେହି ଗାଁର ଜଣେ ଯୁବକ ତାଙ୍କୁ ଭୁଜାଲି ଆକ୍ରମଣ କରିଥିଲେ । କିଛିଦିନ ପୂର୍ବରୁ ଯୁବକ ନାବାଳିକାକୁ ପ୍ରେମ ନିବେଦନ କରିଥିଲେ ।
ଏହାକୁ ନାବାଳିକା ଓ ପରିବାର ଲୋକ ପ୍ରତିବାଦ କରିଥିଲେ । ସେହି ରାଗରେ ଯୁବକଜଣଙ୍କ ଆକ୍ରମଣ କରିଥିବାନେଇ ସନ୍ଦେହ କରାଯାଉଛି । ପୋଲିସ ତଦନ୍ତ ଜାରି ରଖିଥିବାବେଳେ ଯୁବକ ଜଣଙ୍କ ଫେରାର ଥିବାନେଇ ଜଣାପଡିଛି ।