କରୋନା ଟିକା ନେବେ ବାବା ରାମଦେବ

ନୂଆଦିଲ୍ଲୀ,୧୦/୬ : ଯୋଗଗୁରୁ ବାବା ରାମଦେବ କରୋନା ଟିକା ନେବେ । ସେ ଦେଶବାସୀଙ୍କୁ କରୋନା ଟିକା ନେବାକୁ ନିବେଦନ କରିଛନ୍ତି। ବାବା ଏଲୋପାଥିକୁ ନେଇ ଦେଇଥିବା ବୟାନ ଉପରେ ବାବା ରାମଦେବ କହିଛନ୍ତି, ଡାକ୍ତରମାନେ ହେଉଛନ୍ତି ଭଗବାନଙ୍କ ଦୂତ । କୌଣସି ଡାକ୍ତର ସଂଗଠନ ସହ ଆମର ଶ୍ରତୁତା ନାହିଁ । ଆମେ ଡାକ୍ତରଙ୍କୁ ନୁହେଁ ଡ୍ରଗ୍ସ ମାଫିଆଙ୍କୁ ବିରୋଧ କରୁଛୁ ବୋଲି ବାବା କହିଛନ୍ତି । ଅତି ଗୁରୁତର ରୋଗୀଙ୍କ କ୍ଷେତ୍ରରେ ଅସ୍ତ୍ରୋପଚାର ଓ ଏଲୋପାଥି ଚିକିତ୍ସା ହିଁ ଉତ୍କୃଷ୍ଟ । ଏହାସହ ଲୋକମାନେ ଯୋଗ ଓ ଆୟୁର୍ବେଦ ଚିକିତ୍ସା ଉପରେ ବିଶ୍ବାସ ରଖିବା ଆବଶ୍ୟକ । ଏହା ଅନେକ ରୋଗରୁ ଲୋକମାନଙ୍କୁ ରକ୍ଷା କରିଥାଏ ବୋଲି ବାବା ରାମଦେବ କହିଛନ୍ତି ।