ନୂଆଦିଲ୍ଲୀ, ୧୧/୬ : ଶ୍ରୀଲଙ୍କା ଗସ୍ତ ପାଇଁ ଭାରତୀୟ ଟିମ୍ ଘୋଷଣା ହୋଇଛି । ଟିମ ଇଣ୍ଡିଆର ଅଧିନାୟକ ରହିବେ ଶିଖର ଧାଓ୍ବନ। ଦ୍ରୁତ ବୋଲର ଭୁବନେଶ୍ବର କୁମାରଙ୍କୁ ଟିମ୍ର ଉପ ଅଧିନାୟକ ଦାୟିତ୍ବ ଦିଆଯାଇଛି। ଭାରତୀୟ କ୍ରିକେଟ ଟିମ୍ ୧୩ରୁ ୨୫ ଜୁଲାଇ ମଧ୍ୟରେ ଶ୍ରୀଲଙ୍କାରେ ୩ଟି ଓ୍ବାନଡେ ଏବଂ ୩ଟି ଟି-୨୦ ମ୍ୟାଚ୍ ବିଶିଷ୍ଟ ସିରିଜ୍ ଖେଳିବ।
୨୦ ସଦସ୍ୟ ବିଶିଷ୍ଟ ଭାରତୀୟ ଟିମ୍ରେ ନୀତିଶ ରାଣାଙ୍କୁ ପ୍ରଥମ ଥର ମଉକା ମିଳିଛି। ତାଙ୍କ ବ୍ୟତୀତ ଦେବଦତ୍ତ ପଡିକଲ ଏବଂ ଋତୁରାଜ ଗାଇକଓ୍ବାଡଙ୍କୁ ମଧ୍ୟ ଟିମ୍ରେ ସ୍ଥାନ ମିଳିଛି। ଶ୍ରୀଲଙ୍କା ଗସ୍ତରେ ଚୟନ ହୋଇଥିବା ଟିମ୍ରେ ଦ୍ରୁତ ବୋଲର ଚେତନ ସକାରିଆଙ୍କୁ ସାମିଲ କରାଯାଇଥିବା ବେଳେ ଅଲରାଉଣ୍ଡର କୁଷ୍ଣା ଗୌତମଙ୍କୁ ମଧ୍ୟ ସାମିଲ କରାଯାଇଛି। ଟିମ୍ ଇଣ୍ଡିଆରେ ୪ ଜଣ ନେଟ୍ ବୋଲରଙ୍କୁ ସାମିଲ କରାଯାଇଛି। ଇଶାନ ପୋରୋଲ, ସନ୍ଦୀପ ଓ୍ବାରିୟର, ଅର୍ଶଦୀପ ସିଂହ, ସାଇ କିଶୋର ଏବଂ ସିମରନଜିତ ସିଂହଙ୍କୁ ନେଟ୍ ବୋଲର ଭାବେ ଚୟନ କରାଯାଇଥିବା ଜଣାପଡ଼ିଛି।
ଭାରତୀୟ ଟିମ୍ : ଶିଖର ଧାଓ୍ବନ (ଅଧିନାୟକ), ଭୁବନେଶ୍ବର କୁମାର (ଉପ ଅଧିନାୟକ), ପୃଥ୍ବୀ ଶ, ଦେବଦତ୍ତ ପଡିକଲ, ଋତୁରାଜ ଗାୟକଓ୍ବାଡ, ସୂର୍ଯ୍ୟକୁମାର ଯାଦବ, ମନୀଷ ପାଣ୍ଡେ, ହାର୍ଦ୍ଦିକ ପାଣ୍ଡ୍ୟା, ମନୀଷ ପାଣ୍ଡେ, ନୀତିଶ ରାଣା, ଇଶାନ କିଶନ, ସଞ୍ଜୁ ସାମସନ୍, ଯୁଜବେନ୍ଦ୍ର ଚହଲ, ରାହୁଲ ଚହର, କୁଷ୍ଣା ଗୌତମ, କୃଣାଲ ପାଣ୍ଡ୍ୟା, କୁଲଦୀପ ଯାଦବ, ବରୁଣ ଚକ୍ରବର୍ତ୍ତୀ, ଦୀପକ ଚହର, ନବଦୀପ ସାଇନି, ଚେତନ ସକାରିଆ ।